ଭୁବନେଶ୍ବର: ରାଜ୍ୟରେ ଲଗାତାର ବଢ଼ୁଥିବା କୋଭିଡ଼ି ପରିସଂଖ୍ୟାନ ସରକାରଙ୍କ ଚିନ୍ତା ବଢାଇଛି । ଆଗକୁ ରାଜ୍ୟରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଘରୋଇ ସଂସ୍ଥାଠୁ ଖାଲି ସିଲିଣ୍ଡର ଆଣିବାକୁ ଯୋଜନା ଆରମ୍ଭ ।

କୋରୋନା ମହାମାରୀ ସମୟରେ, ମେଡିକାଲ ଅମ୍ଳଜାନ ସିଲିଣ୍ଡରର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ବଜାୟ ରଖିବା ପାଇଁ ସରକାର ବେସରକାରୀ ସଂସ୍ଥାଗୁଡ଼ିକରୁ ଖାଲି ମେଡିକାଲ ଅମ୍ଳଜାନ ସିଲିଣ୍ଡର ଭଡାରେ ଆଣିବେ । ଏନେଇ ଦର ଧାର୍ଯ୍ୟ କରାଯାଇଛି ।
1.5 କ୍ୟୁବିକ୍ ମିଟର ବି ସିଲିଣ୍ଡର ଦର 700 ଟଙ୍କା ରଖାଯାଇଥିବା ବେଳେ 7 କ୍ୟୁବିକ୍ ମିଟରର ଡି ଟାଇପ ଖାଲି ସିଲିଣ୍ଡର ଦର 1,000 ଟଙ୍କା ରଖାଯାଇଛି । ସିଲିଣ୍ଡରରେ କୌଣସି କ୍ଷତି ହେଲେ ସିଲିଣ୍ଡରର ବର୍ତ୍ତମାନର ବଜାର ମୂଲ୍ୟ ଅନୁଯାୟୀ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ