ETV Bharat / city

ୟୁକ୍ରେନରୁ ଓଡିଆଙ୍କୁ ଉଦ୍ଧାର ପାଇଁ ଗଲେ ରାଜ୍ୟ ସରକାରଙ୍କ 4 ପ୍ରତିନିିଧି

author img

By

Published : Mar 4, 2022, 7:22 AM IST

ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ନୂତନ ପଦକ୍ଷେପ ହାତକୁ ନିଆଯାଇଛି । ଅଧିକ ପଢନ୍ତୁ

ୟୁକ୍ରେନରୁ ଓଡିଆଙ୍କୁ ଉଦ୍ଧାର ଯୋଜନା: ଚାରି ପ୍ରତିନିଧି ମନୋନିତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ନୂତନ ପଦକ୍ଷେପ ହାତକୁ ନିଆଯାଇଛି । ଓଡ଼ିଆଙ୍କୁ ଉଦ୍ଧାର ଲାଗି ରାଜ୍ୟ ସରକାର 4 ଅଧିକାରୀଙ୍କୁ ମନୋନୀତ କରିଛନ୍ତି ।

ଏମାନେ ୟୁକ୍ରେନ ଓ ତାର ପଡୋଶୀ ଦେଶରେ ଫସି ରହିଥିବା ଓଡିଆମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ସମନ୍ୱୟ ରକ୍ଷା କରିବେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟ ସରକାର ମନୋନୀତ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି କିଟ୍‍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ ।

ତାଙ୍କୁ ପୋଲାଣ୍ଡ ସମେତ ସମୁଦାୟ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ବିକ୍ରମାଦିତ୍ୟ କିଟ୍‍ ବିଶ୍ୱବିଦ୍ୟାଳୟର ଆର୍ନ୍ତଜାତୀୟ ବିଭାଗ ଦାୟିତ୍ୱରେ ରହିଛନ୍ତି । ସେହିଭଳି ୟୁଏନ୍‍ଏଚ୍‍ସିଆରରେ ଥିବା ବରିଷ୍ଠ ଟିଡିପିଏସ୍‍ ଅଫିସର ଆଶିଷ ରାୟ ।

ଆଶିଷଙ୍କୁ ହଙ୍ଗେରୀ ସହିତ ସମନ୍ୱୟ ରକ୍ଷା ଦାୟିତ୍ୱ ଦିଆଯାଇଛି । ସେହଭଳି ରୋମ୍‍ରେ ଥିବା ଜାତିସଂଘର ପଲିସୀ ଅଫିସର ବୈଶାଳୀ ମହାନ୍ତି । ବୈଶାଳୀ ରୋମାନିଆ ସହିତ ସମନ୍ୱୟ ରକ୍ଷା କରିବେ ।

ହଙ୍ଗେରୀରେ ଥିବା ପରାମର୍ଶଦାତା ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ସହିତ ସମନ୍ୱୟ ରକ୍ଷା ଲାଗି ଓଡିଶା ସରକାର ଦାୟିତ୍ୱ ଦେଇଛନ୍ତି । ଓଡିଆଙ୍କୁ ୟୁକ୍ରେନ ଯୁଦ୍ଧ ଭୂମିରୁ ଫେରାଇ ଆଣିବା ପାଇଁ ଟିମ୍‍ ଗଠନ ସହିତ ନୂଆଦିଲ୍ଲୀରେ ଥିବା ଓଡିଶାର ଆବାସିକ କମିଶନରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସେ ଉଦ୍ଧାର କାର୍ଯ୍ୟ ସହିତ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ ।

ଓଡ଼ିଆ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନରୁ ଉଦ୍ଧାର ପାଇଁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୟୁକ୍ରେନରୁ ଭାରତୀୟଙ୍କୁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ କେତେକ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ବାକି ଫସି ରହିଥିବା ଅନ୍ୟ ମାନଙ୍କୁ କିଭଳି ଉଦ୍ଧାର ହୋଇ ଓଡିଶା ଆସିବେ ତାହା ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟପକ୍ଷରେ ଓଡ଼ିଆଙ୍କୁ ଉଦ୍ଧାର କରିବାରେ କେନ୍ଦ୍ର ସରକାର ସହଯୋଗ କରୁନଥିବା କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.