ଭୁବନେଶ୍ବର: ଅଣ ସଂଗଠିତ ଶ୍ରମିକଙ୍କ ମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଭାରତ ବର୍ଷରେ ଓଡିଶାର ଅଣସଂଗଠିତ ଶ୍ରମିକଙ୍କ ମାନଙ୍କର ସମସ୍ୟା ସବୁଠୁ ଅଧିକ ରହିଛି । ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ଅଣସଂଗଠିତ ଶ୍ରମିକଙ୍କ ପାଇଁ 8 ଗୋଟି ବଡ ଯୋଜନା ପ୍ରଣୟନ କରିଛନ୍ତି ।
ଯାହା ଦ୍ବାରା ଏହି ବର୍ଗର ଲୋକ ମାନଙ୍କର ସାମାଜିକ ସୁରକ୍ଷା ଓ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକଙ୍କ କ୍ଷେତ୍ରରେ ଅସମ୍ବେଦନଶୀଳ ହୋଇ ରହିଛନ୍ତି । ପ୍ରଧାନମନ୍ତ୍ରୀ ଇ-ଶ୍ରମିକ ପୋର୍ଟାଲରେ 88.35 ଲକ୍ଷ ଶ୍ରମିକ ପଞ୍ଜିକରଣ କରିଛନ୍ତି ତାହା ଭିତରେ ଅଧିକ ରହିଛନ୍ତି ଓଡିଆ ଲୋକ । ରାଜ୍ୟର ଅଣସଂଗଠିତ ଶ୍ରମିକଙ୍କ ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା କମ ରହିଥିବା ରୁ ସେମାନେ କମ ମଜୁରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଆଜି ବି ରାଜ୍ୟର 21 ଲକ୍ଷ ଅଣସଂଗଠିତ ଶ୍ରମିକଙ୍କର ବ୍ୟାଙ୍କ ଖାତା ନାହିଁ । ରାଜ୍ୟ ସରକାର ତାଙ୍କୁ ପରିଚୟ ପତ୍ର ଓ ସହାୟତା ରାଶି କିପରି ଦେଉଛନ୍ତି ବୋଲି ପ୍ରଶ୍ନ କଲା ବିଜେପି ।
ରାଜ୍ୟରେ ଅଣସଂଗଠିତ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଚିହ୍ନଟ କରି ପାରିଲେନାହିଁ । ଯେଉଁଥି ପାଇଁ ସମସ୍ୟା ବଢୁଥିବା କରଣରୁ ଓଡିଶାର ଲକ୍ଷ ଲକ୍ଷ ଲୋକ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଅଣସଂଗଠିତ ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବା ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି । ମେସିନ ଲଗାଇ କାମ କରାଯାଉଛି । କୋଭିଡ ସମୟରେ ରାଜ୍ୟ ସରକାର ଫେରିଥିବା ଶ୍ରମିକ ମାନଙ୍କର ସ୍କିଲ ମ୍ୟାପିଂ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ସରକାର ତାକୁ ଗୁରୁତ୍ବ ଦେଲେ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ