ETV Bharat / city

ଚାଷୀଙ୍କ ଠାରୁ 95 ପ୍ରତିଶତ ସାମଗ୍ରୀ ପ୍ରତ୍ୟକ୍ଷ ସଂଗ୍ରହ କରୁଛନ୍ତି ସରକାର: BJD

author img

By

Published : Oct 9, 2021, 8:50 PM IST

କୃଷି ଓ କୃଷକଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ଦୃଷ୍ଟିରୁ ଦେଶରେ ଓଡ଼ିଶା ଏକ ମଡେଲ ରାଜ୍ୟ । 95 ପ୍ରତିଶତ କୃଷିଜାତ ସାମଗ୍ରୀ ସରକାର ଚାଷୀଙ୍କ ଠାରୁ ସିଧା ସଂଗ୍ରହ କରୁଥିବା କହିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ଅଧିକ ପଢନ୍ତୁ...

ଚାଷୀଙ୍କ ଠାରୁ 95 ପ୍ରତିଶତ ସାମଗ୍ରୀ ପ୍ରତ୍ୟକ୍ଷ ସଂଗ୍ରହ କରୁଛନ୍ତି ସରକାର
ଚାଷୀଙ୍କଠାରୁ 95 ପ୍ରତିଶତ ସାମଗ୍ରୀ ପ୍ରତ୍ୟେକ୍ଷ ସଂଗ୍ରହ କରୁଛନ୍ତି ସରକାର:BJD

ଭୁବନେଶ୍ବର: କୃଷକଙ୍କ ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ । ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ବ ବଜାରକୁ ଉନ୍ମୁକ୍ତ କରିବା ପରି ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଚାଷୀଙ୍କ ପାଇଁ ବଜାର ସୁବିଧା ଉପଲବ୍ଧ କରାଇବା ସହ ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବାକୁ କୃଷି କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ।

ପ୍ରଶାନ୍ତ କହିଛନ୍ତି, କୃଷିକୁ ନେଇ ରାଜ୍ୟ ସରକାର କେନ୍ଦ୍ର ଆଗରେ ଏକାଧିକ ଦାବି ରଖିଛନ୍ତି । ସ୍ଵାମୀନାଥନ କମିଟି ରିପୋର୍ଟ ଲାଗୁ କରିବା, ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ଲାଗି କେନ୍ଦ୍ର ଆଗରେ ରାଜ୍ୟ ପକ୍ଷରୁ ଦାବି କରାଯାଇଛି । ହେଲେ ଏଯାଏଁ ଏ ନେଇ କେନ୍ଦ୍ର ପକ୍ଷରୁ କିଛି ବ୍ୟବସ୍ଥା ଗ୍ରହଣ ହୋଇନାହିଁ । କୃଷି ଓ କୃଷକଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ଦୃଷ୍ଟିରୁ ସମଗ୍ର ଦେଶରେ ଓଡ଼ିଶା ଏକ ମଡେଲ ରାଜ୍ୟ । ରାଜ୍ୟରେ ଧାନ, ମୁଗ, ବିରି ଓ ଅନ୍ୟାନ୍ୟ ଶସ୍ୟ ରାଜ୍ୟ ସରକାର ସଂଗ୍ରହ କରୁଛନ୍ତି । ଏ ନେଇ ବିଭିନ୍ନ ବ୍ୟବସ୍ଥା ହୋଇଛି । ମଣ୍ଡି ବ୍ୟବସ୍ଥା ଜରିଆରେ ସାମଗ୍ରୀ ସଂଗ୍ରହ ହେଉଛି । ପ୍ରାୟ 95 ପ୍ରତିଶତ କୃଷିଜାତ ସାମଗ୍ରୀ ସିଧାସଳଖ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଗ୍ରହ କରାଯାଉଥିବା ପ୍ରଶାନ୍ତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.