ETV Bharat / city

'ସ୍ମାର୍ଟ କ୍ଲାସରୁମ୍ ଯୋଜନା କେବଳ ଏକ ପ୍ରହସନ'

ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସରୁମ ଯୋଜନାକୁ ସମାଲୋଚନା କଲା କଂଗ୍ରେସ । ଏହା କେବଳ ଏକ ପ୍ରହସନ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଅଧିକ ପଢନ୍ତୁ...

'ସ୍ମାର୍ଟ କ୍ଲାସରୁମ୍ ଯୋଜନା କେବଳ ଏକ ପ୍ରସହନ'

author img

By

Published : Aug 21, 2021, 7:55 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ସ୍ମାର୍ଟ କ୍ଲାସରୁମ ଯୋଜନାକୁ କଂଗ୍ରେସର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଯୋଜନାର ଉଦଘାଟନ ପୂର୍ବରୁ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ମୁଖ୍ୟମନ୍ତ୍ରୀ କଥାରେ ସ୍ମାର୍ଟ କିନ୍ତୁ କାମରେ ନୁହେଁ । ସ୍ମାର୍ଟସିଟି ଫେଲ୍, ସ୍ମାର୍ଟ ହେଲଥକାର୍ଡ ଯୋଜନାର ବାସ୍ତବତା ନାହିଁ । ଆଉ ଏବେ ପୁଣି ସରକାର ସ୍ମାର୍ଟ କ୍ଲାସରୁମ୍ କଥା କହୁଛନ୍ତି ରାଜ୍ୟ ସରକାର । ଯାହା କେବଳ ଏକ ପ୍ରହସନ ବୋଲି ସମାଲୋଚନା କଲେ ତାରା ।

'ସ୍ମାର୍ଟ କ୍ଲାସରୁମ୍ ଯୋଜନା କେବଳ ଏକ ପ୍ରସହନ'

ତାରା ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ସରକାରୀ ସ୍କୁଲର ଅବସ୍ଥା ଖରାପ । ବିନା ଅଧ୍ୟାପକରେ ପାଠପଢା ଚାଲିଛି । ରାଜ୍ୟରେ ଏମିତି କୌଣସି ବିଦ୍ୟାଳୟ ନାହିଁ ଯେଉଁଠି ଶିକ୍ଷକ ପଦବୀ ଖାଲି ନାହିଁ । ଅଧିକାଂଶ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ୫୧ଟି ସରକାରୀ ଜୁନିୟର କଲେଜରେ ହଜାରରୁ ଊର୍ଦ୍ଧ୍ବ କନିଷ୍ଠ ଅଧ୍ୟାପକ ପଦ ଖାଲି ପଡିଛି । ସରକାରୀ ଡିଗ୍ରୀ କଲେଜରେ ୬୦୦ ପଦ ଖାଲି । ଏହାବ୍ୟତୀତ ହଜାର ହଜାର ସଂଖ୍ୟକ କିରାଣୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ, ସଫେଇ କର୍ମଚାରୀ, ସୁରକ୍ଷାକର୍ମୀଙ୍କ ପଦ ଫାଙ୍କା ପଡିଛି । ଏଥିରେ ମୁଖ୍ୟମନ୍ତ୍ରୀ କ'ଣ ସ୍ମାର୍ଟ କରିବେ, କେଉଁଠି କରିବେ ଏବଂ କାହାକୁ କରିବେ ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ଏବଂ ଏସବୁ କେବଳ ଦିବାସ୍ବପ୍ନ ବୋଲି କହିଛନ୍ତି ।

ଅନ୍ୟପଟେ ୧୦୭ ବିଧାୟକ ସ୍ମାର୍ଟ କ୍ଲାସ ଦେଖିବାକୁ ଯିବେ ବୋଲି ଯେଉଁ ନିର୍ଦ୍ଦେଶ ରହିଛି, ତାହାକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର । ବିଧାୟକମାନେ ସ୍ମାର୍ଟ କ୍ଲାସ ଦେଖିବାକୁ ନୁହେଁ ବରଂ ପିକନିକରେ ଯାଉଛନ୍ତି । ପିକନିକ କରି କର୍ମୀ ସମ୍ମିଳନୀ କରିବେ ଓ ଖାଇ ପିଇ ଆସିବେ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.