ETV Bharat / city

ଖରିଫ ମାର୍କେଟିଂ ଗାଇଡଲାଇନରେ ସଂଶୋଧନ: ବଳକା ଉଷୁନା ଚାଉଳ ଉଠାଇବେ ରାଜ୍ୟ ସରକାର

author img

By

Published : Jan 5, 2022, 8:56 AM IST

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର । ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ବଳକା ଉଷୁନା ଚାଉଳ ଉଠାଇବେ ରାଜ୍ୟ ସରକାର
ବଳକା ଉଷୁନା ଚାଉଳ ଉଠାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର। ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉଷୁନା ଚାଉଳ ନିଜ ମିଲରଙ୍କ ଦ୍ୱାରା ଉଠାଇବାକୁ ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି । ଏ ନେଇ ଖରିଫ ମାର୍କେଟିଂ 2021-22 ଗାଇଡଲାଇନ୍ ସଂଶୋଧନ କରିଛି ଯୋଗାଣ ନିଗମ ।

ନିଆଣ୍ଟିଆ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାର ମିଲର ଉଷୁନା ଚାଉଳ ଉଠାଇବାକୁ ପଠାଯିବ । ଯାହା ଫଳରେ ଯୋଗାଣ ନିଗମକୁ ପରିବହନ ପାଇଁ ଅଳ୍ପ ଖର୍ଚ୍ଚ ଦେବାକୁ ହେବ । ପୂର୍ବରୁ ନୂଆ ମିଲରଙ୍କୁ ଅନୁମତି ନ ଦେବାକୁ ନିୟମ ଥିଲା । ହେଲେ ସ୍ଥିତି ଦେଖି ପାଖ ଜିଲ୍ଲାଗୁଡ଼ିକରୁ ନୂଆ ମିଲରଙ୍କ ଉଷୁନା ଚାଉଳ ଉଠାଇବାକୁ ଅନୁମତି ମିଳିବ । ଏହା ସଂଶୋଧନ କ୍ଲଜ 21.1 ଆଧାରରେ କରାଯାଇଛି । ସେହିପରି କ୍ଲଜ 21.4 ଆଧାରରେ ଆଉ ଏକ ସଂଶୋଧନ କରାଯାଇଛି ।

ପୂର୍ବରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର 1 ପୂର୍ବରୁ ମିଲରମାନଙ୍କୁ ଆବେଦନ କରିବାକୁ ପଡୁଥିଲା । ଏବେ ଏହି ନିୟମକୁ କୋହଳ କରାଯାଇଛି । ଯେଉଁ ଜିଲ୍ଲାରେ ଯେବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ, ତା ପୂର୍ବରୁ ଆବେଦନ କରିପାରିବେ ମିଲର । ନିୟମ ସଂଶୋଧନ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ CSOମାନଙ୍କୁ ଚିଠି ଲେଖାଯାଇଛି । ବଳକା ଉଷୁନା ଚାଉଳ ଉଠାଇବା ଲାଗି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହା ସହ ବିଜେଡିର ସାଂସଦ ମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । କେନ୍ଦ୍ର ସରକାର ଏ ନେଇ କୌଣସି ପଦକ୍ଷେପ ନନେବାରୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଉଷୁନା ଚାଉଳ ଉଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.