ETV Bharat / city

ରଥଯାତ୍ରା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟନ୍ତୁ ସରକାର: ସମୀର ମହାନ୍ତି

author img

By

Published : Jun 21, 2020, 2:04 PM IST

ରଥଯାତ୍ରା ନେଇ ରାଜ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ । ଦଳୀୟ ନେତାଙ୍କ କଥାବାର୍ତ୍ତାରେ ତାଳମେଳ ରହୁନାହିଁ । ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଉକ୍ତ ଚିଠି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କେହି ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ସେ ଅପେକ୍ଷା କରିଛନ୍ତି । ତେଣୁ ସରକାର ତୁରନ୍ତ ତାଙ୍କ ସହ ଆଲୋଚନା କରି ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ କଣ କହୁଛନ୍ତି ସେ ନେଇ ପରାମର୍ଶ ନିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ କହିଛନ୍ତି ସମୀର ମହାନ୍ତି ।

State government should meet Shankaracharya on the issue of rath yatra said sameer mohanty
ରଥଯାତ୍ରା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟନ୍ତୁ ସରକାର: ସମୀର ମହାନ୍ତି

ଭୁବନେଶ୍ବର: ରଥଯାତ୍ରା ନେଇ ରାଜ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ । ଦଳୀୟ ନେତାଙ୍କ କଥାବାର୍ତ୍ତାରେ ତାଳମେଳ ରହୁନାହିଁ । କେତେବେଳେ ରାଜ୍ୟ ବିଜେପି ସଭାପତି ସରକାରଙ୍କ ଆଡକୁ ଢଳୁଛନ୍ତି ତ କେତେବେଳେ ଅନ୍ୟ ବରିଷ୍ଠ ନେତା ସରକାରଙ୍କ ଉପରେ ବର୍ଷି ବିବାଦ ଭିତରକୁ ଆସୁଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଖାରବେଳ ସ୍ବାଇଁ ଓ ବିଜୟ ମହାପାତ୍ର ।

ସେହିଭଳି ଏହି ମାମଲାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ । ସାମ୍ବାଦିକ ସମ୍ମିଳନୀ ଡାକୁଛନ୍ତି ହେଲେ ସାମ୍ବାଦିକଙ୍କୁ ସାମ୍ନା କରିପାରୁନାହାଁନ୍ତି । ପୂର୍ବରୁ ଯେକୌଣସି ପ୍ରସଙ୍ଗ ହେଉ ନା କାହିଁକି ସମୀର ମହାନ୍ତି ଗଣମାଧ୍ୟମ ଆଗରେ ଅନର୍ଗଳ ବର୍ଷୁଥିଲେ । ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ପ୍ରତିକ୍ରିୟା ଦେବା ଦୂରର କଥା ଆଉ ସାମ୍ବାଦିକଙ୍କ ସାମ୍ନାକୁ ବି ଆସୁନାହାନ୍ତି । ଯଦି ଆସୁଛନ୍ତି ତେବେ କେବଳ ହାତରେ ଆଣିଥିବା ଲେଖା ପଢି ହଠାତ ଉଠି ପଳାଉଛନ୍ତି । ସତେଯେମିତି କୌଣସି ପ୍ରଶ୍ନ ନଶୁଣିବା ପାଇଁ ତାଙ୍କୁ ଯେପରି ନିର୍ଦ୍ଦେଶ ଆସିଛି ।

ପ୍ରଥମେ ସେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରିଥିଲେ । ଆଉ ଏବେ ଗଜପତିଙ୍କ ରଥଯାତ୍ରା ପ୍ରସ୍ତାବକୁ ସମର୍ଥନ କରୁଛନ୍ତି । ସେ କହିଛନ୍ତି ଯେ, ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଉକ୍ତ ଚିଠି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କେହି ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ସେ ଅପେକ୍ଷା କରିଛନ୍ତି । ତେଣୁ ସରକାର ତୁରନ୍ତ ତାଙ୍କ ସହ ଆଲୋଚନା କରି ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ କଣ କହୁଛନ୍ତି ସେ ନେଇ ପରାମର୍ଶ ନିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ କହିଛନ୍ତି ସମୀର ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ଓ ଜଗତଗୁରୁଙ୍କ ବିଶେଷ ଭୂମିକା ରହିଛି । ତେଣୁ ଏହି ଦୁଇ ଆସ୍ଥା କେନ୍ଦ୍ର ଯେଉଁ ପରାମର୍ଶ ଦେଉଛନ୍ତି ଓ ଯାହା ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ।

ଗତ କିଛି ଦିନ ଧରି ଦଳର ଛାମୁଆ ନେତା ହଡବଡ ହେଉଥିବା ଦେଖିବାକୁ ମିଳୁଛି । ତେବେ ନେତାଙ୍କ ଏଭଳି ହରକତ ପଛର ରହସ୍ୟ ଜନତାଙ୍କୁ ଅବଗତ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.