ETV Bharat / city

ଅମଳ ବୃଦ୍ଧି ସହ କୃଷିର ବ୍ୟବସାୟିକ ଦିଗ ନେଇ ରାଜ୍ୟ ସରକାରଙ୍କ ବୈଠକ

ଅମଳ ବୃଦ୍ଧି ସହ କୃଷିର ବ୍ୟବସାୟିକ ଦିଗ ନେଇ ରାଜ୍ୟ ସରକାରଙ୍କ ବୈଠକ। ଅଧ୍ୟକ୍ଷତା କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ। କୃଷକଙ୍କ ଆୟ ଦ୍ବିଗୁଣିତ କରିବା ନେଇ ଏକାଧିକ ସୂତ୍ର ଉପରେ ହେଲା ଆଲୋଚନା । ଅଧିକ ପଢନ୍ତୁ

ଅମଳ ବୃଦ୍ଧି ସହ କୃଷିର ବ୍ୟବସାୟିକ ଦିଗ ରାଜ୍ୟ ସରକାରଙ୍କ ବୈଠକ

author img

By

Published : Dec 9, 2021, 9:29 PM IST

ଭୁବନେଶ୍ବର: କୃଷି ବିବିଧତା ଓ ଅମଳ ବୃଦ୍ଧି ସହ କୃଷିର ବ୍ୟବସାୟିକ ଦିଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ନୀତି ନିର୍ଦ୍ଧାରଣ ଓ ପଦକ୍ଷେପ ନେବା ଦାୟିତ୍ୱରେ ରହିଛନ୍ତି କୃଷି ବିଭାଗ, କୃଷି ବଜାର ଟିମ୍‌ ଏବଂ କୃଷି ବ୍ୟବସାୟ ଟିମ୍‌ । ରାଜ୍ୟର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଏହି ଅନୁଷ୍ଠାନ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଅସିତ କହିଛନ୍ତି ।

ଅଣଧାନ କୃଷିର ବଣ୍ଟନ ଓ ବଜାରକୁ ନେଇ ରହିଥିବା ସମସ୍ୟାର ସମାଧାନ ନିମନ୍ତେ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ ରଣ ନୀତି ପ୍ରସ୍ତୁତ କରିବାକୁ ହେବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆପିକଲ୍‌ରେ ମାନବସମ୍ବଳକୁ ବୃଦ୍ଧି କରିବା ସମ୍ପର୍କରେ ତୁରନ୍ତ ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି । ଯେଉଁ କୃଷକମାନେ ଧାନ ଚାଷରୁ ଅଣଧାନ ଚାଷ ପ୍ରତି ମନ ବଳାଉଛନ୍ତି ସେମାନଙ୍କୁ ସୁବିଧା ଉପଲବ୍ଧ କରାଗଲେ ତାହା ଦ୍ୱାରା ଅନ୍ୟମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବେ । ତେଣୁ ସେ ଦିଗରେ ପ୍ରଭାବୀ ଭାବେ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରିବାକୁ ହେବ ବୋଲି ସେ କହିଛନ୍ତି ।

ସେହିଭଳି ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଆପିକଲର ମିଳିତ ଉଦ୍ୟମରେ ଗୋ-ସ୍ୱିଫଫ ଭଳି ଏକ ଡିଜିଟାଲ୍‌ ଲିଙ୍କେଜ୍‌ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଉଦ୍ୟୋଗୀମାନଙ୍କୁ ପ୍ରକ୍ରିୟାକରଣ ସକାଶେ ସୁଯୋଗ ଦେବାପାଇଁ ଉଭୟ ଆପିକଲ ଏବଂ ଆର୍‌ଏମ୍‌ସି ମଧ୍ୟରେ ଲିଙ୍କେଜ୍‌ କରିବାକୁ ହେବ । ଓର୍‌ମାସ୍‌ର ସହାୟତାରେ ଜିଆଇଏସ୍‌ ସମ୍ମିଳିତ ଶସ୍ୟଗୁଡ଼ିକର ଡାଟାବେସ୍‌ ପରିଚାଳନା ପଦ୍ଧତିର ବିକାଶ ପାଇଁ ସମବାୟ ବିଭାଗ ଓ କୃଷି ବିଭାଗ ଏକ ବିଶ୍ଳେଷଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି ।

ବିଟି କଟନ୍‌ ମଞ୍ଜି ବଣ୍ଟନ ଓ ରାଜ୍ୟରେ ତା’ର ପ୍ରଭାବ ଉପରେ ଅନୁଧ୍ୟାନ କରିବାକୁ କୁହାଯାଇଛି । ଏଥି ସହିତ ଆଗ୍ରୋ ସେବା କେନ୍ଦ୍ର ପ୍ରତିଷ୍ଠା, ମାଟିର ଉର୍ବରତା ନିମନ୍ତେ ନଳିତା ଚାଷ, ଏପରିକି କୃଷି ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ ବ୍ୟବସ୍ଥା କରିବାକୁ ପଦକ୍ଷେପ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଦ୍ୟାନକୃଷି କ୍ଷେତ୍ରରେ ମାର୍କେଟ ଲିଙ୍କ୍‌ ବିକଶିତ କରିବାକୁ ପଡୋଶୀ ରାଜ୍ୟରେ ଥିବା ସମସ୍ୟାକୁ ଅଧ୍ୟୟନ କରିବାକୁ ହେବ । ତା’ଛଡ଼ା ଏ ସମ୍ବନ୍ଧରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଉଦ୍ୟାନ କୃଷି ଉତ୍ପାଦ କ୍ରେତାଙ୍କୁ ନେଇ ବୈଠକ କରିବାକୁ ହେବ । ଏ ନେଇ ଆସନ୍ତା ୧୮ ତାରିଖରେ ଲୋକସେବା ଭବନରେ ଖାଦ୍ୟ ଉତ୍ପାଦନ ସଂଗଠନମାନଙ୍କୁ ନେଇ ଏକ ବୈଠକ ଆୟୋଜନ ହେବ । ଏଥି ସହ କେଉଁଝର ଓ ମୟୂରଭଞ୍ଜରେ ‘ଇଣ୍ଡଷ୍ଟ୍ରି କେୟାର’ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ପ୍ରମୁଖ ଖାଦ୍ୟ ଉତ୍ପାଦନ ସଂଗଠନ ଓ ଉଦ୍ୟୋଗୀମାନଙ୍କ ସହ ଆପିକଲର ପରିଚାଳନା ନିର୍ଦ୍ଦେଶକ ଏବଂ ଶିଳ୍ପ ବିଭାଗର ଅଧିକାରୀମାନେ ମତବିନିମୟ କରିବେ ।

ଶୀତଳ ଭଣ୍ଡାର ନିର୍ମାଣ କରି ବ୍ୟବସାୟିକ ଦିଗରେ ପରିଚାଳନା ସକାଶେ ଉଦ୍ୟୋଗୀମାନଙ୍କୁ ନେଇ ବୈଠକ କରାଯିବ । ମାର୍କଫେଡ୍‌ର ପୁନର୍ବିନ୍ୟାସ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଆଜିର ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ବୀରବିକ୍ରମ ଯାଦବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓସାମ୍‌ ବୋର୍ଡର ସଦସ୍ୟସଚିବ ବିଶ୍ୱରଞ୍ଜନ ସାସମଲ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ ଲେଙ୍କା, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.