ଭୁବନେଶ୍ବର: ମହାମାରୀ ମୁକାବିଲା ଓ ସଂକ୍ରମିତକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କଲେଣି ? କେଉଁ କୋଭିଡ ମେଡିକାଲ (Odisha Covid Medical) ରେ କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ? କେଉଁ ମେଡିକାଲକୁ ଏଥିପାଇଁ କେତେ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ? ଆଜି ଏହା ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲେ ବିଜେପି ବିଧାୟିକା କୁସୁମ ଟେଟେ (BJP MLA Kusum Tete) ।
ଜବାବରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ (Minister, Health & Family Welfare Naba Kisore Das) କୋଭିଡ ସଂକ୍ରମିତକ ଙ୍କ ପାଇଁ ରାଜ୍ୟ ସରକାର ଗତ ଅକ୍ଟୋବର ସୁଦ୍ଧା ଖର୍ଚ୍ଚ କରିଥିବା ଅର୍ଥର ତାଳିକା ପ୍ରଦାନ କରିଥିଲେ ।
ମନ୍ତ୍ରୀ ସୂଚନା ଦେଇଥିଲେ, ଅନୁଗୋଳ ଜିଲ୍ଲା ରେ ହୋଇଥିବା 3 ଟି କୋଭିଡ ମେଡିକାଲରେ ବର୍ତ୍ତମାନ ସୁଦ୍ଧା 43 ହଜାର 942 ସଂକ୍ରମିତକଙ୍କ ପାଇଁ 15 କୋଟି 24 ଲକ୍ଷ 7 ହଜାର 654 ଟଙ୍କା ଖର୍ଚ୍ଚ କରିଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାର 2 ଟି କୋଭିଡ ମେଡିକାଲ ପାଇଁ 26 ହଜାର 334 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଗୋଟିଏ ମେଡିକାଲକୁ 10 କୋଟି 28 ଲକ୍ଷ 4 ହଜାର 78 ଓ ଅନ୍ୟ ଏକ ମେଡିକାଲକୁ 16 କୋଟି 39 ଲକ୍ଷ 62 ହଜାର 500 ଟଙ୍କା ପ୍ରଦାନ କରିଛନ୍ତି ।
ବାଲେଶ୍ବରର ଜିଲ୍ଲା କୋଭିଡ ମେଡିକାଲରେ 3 ହଜାର 494 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 43 କୋଟି 49 ଲକ୍ଷ 739 କୋଟି ଟଙ୍କା, ଜିଲ୍ଲାର ଦ୍ବିତୀୟ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି 3 ହଜାର 316 ସଂକ୍ରମିତ ଆଉ ଖର୍ଚ୍ଚ ହୋଇଛି 30 କୋଟି 92 ଲକ୍ଷ 76 ହଜାର 77 ଟଙ୍କା ।
ସେହିଭଳି ବରଗଡ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 704 ଜଣ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ, ଖର୍ଚ୍ଚ ହୋଇଛି 18 କୋଟି 52 ଲକ୍ଷ 30 ହଜାର 337 ଟଙ୍କା । ଜିଲ୍ଲାର ଅନ୍ୟ ଏକ କୋଭିଡ ମେଡିକାଲ ବିକାଶ ସୁପର ସ୍ପେଶାଲିଷ୍ଟରେ ଅକ୍ଟୋବର ସୁଦ୍ଧା 1 ହଜାର 777 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଖର୍ଚ୍ଚ କରିଛନ୍ତି 16 କୋଟି 66 ଲକ୍ଷ 11 ହଜାର 492 ଟଙ୍କା ।
ଅନ୍ୟପଟେ ଭଦ୍ରକ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 8 ହଜାର 778 ସଂକ୍ରମିତ ଚିକିତ୍ସିତ ହୋଇଛନ୍ତି । ଖର୍ଚ୍ଚ ହୋଇଛି 17 କୋଟି 58 ଲକ୍ଷ 7 ହଜାର 483 ଟଙ୍କା । ବୌଦ୍ଧ ଜିଲ୍ଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା 843 ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 15 କୋଟି 74 ଲକ୍ଷ 9 ହଜାର677 ଟଙ୍କା ।
ସେହିପରି ଅନ୍ୟ କେଉଁ ଜିଲ୍ଲା ପାଇଁ କେତେ ଖର୍ଚ୍ଚ ହୋଇଛି କେତେ କୋଭିଡ ସଂକ୍ରମିତ ଚିକିତ୍ସିତ ହୋଇଛନ୍ତି ଦେଖନ୍ତୁ ତାଲିକା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ