ETV Bharat / city

ସେସୁର ଘରୋଇକରଣକୁ ବିରୋଧ: 30ରେ ବିଦ୍ୟୁତ ନିୟମକ ଆୟୋଗ ଘେରାଉ

ସେସୁ(CESU)ର ଘରୋଇକରଣକୁ ବିରୋଧ କରି ଆସନ୍ତା 30ରେ ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ବିଦ୍ୟୁତ ନିୟାମକ ଆୟୋଗ ଘେରାଉ ହେବ । ଅଧିକ ପଢ଼ନ୍ତୁ...

state electric labor and engineer union, agitation against re-privatization of cesu, Central Electricity Supply Utility of Odisha, ସେସୁର ପୁନଃ ଘରୋଇକରଣକୁ ବିରୋଧ, ବିଦ୍ୟୁତ ନିୟାମକ ଆୟୋଗ ଘେରାଉ, ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ
ସେସୁର ପୁନଃ ଘରୋଇକରଣକୁ ବିରୋଧ
author img

By

Published : Dec 28, 2019, 11:24 PM IST

ଭୁବନେଶ୍ବର: ନିକଟରେ ସରକାର ବିଦ୍ୟୁତ ବଣ୍ଟନ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ସେସୁ (CESU)ର ଘରୋଇକରଣ କରି ତାହାର ଦାୟିତ୍ବ ଟାଟା ଗ୍ରୁପକୁ ପ୍ରଦାନ କରିଛନ୍ତି । ଯାହାକୁ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ଏହାସହ ଏହାର ପ୍ରତିବାଦରେ ଆସନ୍ତା 30 ତାରିଖରେ ବିଦ୍ୟୁତ ନିୟାମକ ଆୟୋଗ ଘେରାଉ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ସେସୁର ପୁନଃ ଘରୋଇକରଣକୁ ବିରୋଧ

ଅତୀତରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିବା ବେଳେ କୌଣସି ପ୍ରକାର ଆଖିଦୃଶିଆ ସଫଳତା ମିଳି ନ ଥିବା ସତ୍ତ୍ବେ ପୁଣି ଥରେ ରାଜ୍ୟ ସରକାର ଏହାର ଘରୋଇ କରଣ କରିବା ପାଇଁ ଯାଉଛନ୍ତି । ସେସୁର ଅଧ୍ୟକ୍ଷଙ୍କୁ ନଜଣାଇ ଏପରି ତରବରିଆ ଭାବେ ଘରୋଇକରଣ କାରାଯାଉଥିବା ନେଇ ମଞ୍ଚ ପକ୍ଷରୁ ସନ୍ଦେହ ପ୍ରକଟ କରାଯିବ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି ।

ସେସୁ 4 ହଜାର କୋଟି ଟଙ୍କାର ଏକ ସଂସ୍ଥା ହୋଇଥିବା ବେଳେ ଏହାର ଅଧ୍ୟକ୍ଷ ଏଥିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରୁଥିଲେ । କିନ୍ତୁ ଏହି ସମୟରେ ତାକୁ ଏପରି ଶାଗମାଛ ମୂଲ୍ୟରେ ଘରୋଇ କମ୍ପାନୀକୁ ଟେକି ଦେବାରେ କୌଣସି ନା କୌଣସି ବଡ଼ ଧରଣର ଘୋଟାଲା ହୋଇ ଥିବା ସନ୍ଦେହ ଥିବା ମଞ୍ଚ ପକ୍ଷରୁ କୁହାଯାଇଛି । ଯାହା ଫଳରେ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଆଗାମୀ ଦିନରେ ଏହି ବୋଝ ସମ୍ଭାଳିବା ସହିତ କମ୍ପାନୀ ଲାଭବାନ ହେବ ବୋଲି କୁହାଯାଇଛି। ଏପରିକି ସେସୁର କର୍ମଚାରୀଙ୍କ ଭବିଷ୍ୟତ, ସେମାନଙ୍କ ବକେୟା ପାଉଣା ଆଦି ଦେବା କ୍ଷେତ୍ରରେ କୌଣସି ଆଲୋଚନା ନ କରି ସରକାର ଏପରି ନିଷ୍ପତ୍ତି ନେଇଥିବାରୁ ମଞ୍ଚ ପକ୍ଷରୁ ଶନିବାର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏହାର ଉତ୍ତର ଦେବାକୁ ଦାବି କରାଯାଇଛି।

ତେଣୁ ଆଗାମୀ 30 ତାରିଖରେ ବିଦ୍ୟୁତ ନିୟାମକ ଆୟୋଗ ଘେରାଉ କରାଯାଇ ଏହାର ଉତ୍ତର ମଗାଯିବ । ସରକାର କୌଣସି ଉତ୍ତର ନଦେଲେ ଆସନ୍ତା ଜାନୁୟାରୀ 8 ତାରିଖରେ ବିଦ୍ୟୁତ ଘରୋଇକରଣ ବିରୁଦ୍ଧରେ ସର୍ବଭାରତୀୟ ବିକ୍ଷୋଭରେ କର୍ମଚାରୀ ଓ ଇଞ୍ଜିନିୟର ମାନେ ସାମିଲ ହେବେ ବୋଲି କହିଛନ୍ତି ମଞ୍ଚର ଆବାହକ ଜତୀନ୍ଦ୍ର କୁମାର ରାୟ । ସେହିପରି ପ୍ରଶାନ୍ତ କୁମାର ମହାପାତ୍ର ଏହାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନିକଟରେ ସରକାର ବିଦ୍ୟୁତ ବଣ୍ଟନ ପାଇଁ କାର୍ଯ୍ୟକରୁଥିବା ସଂସ୍ଥା ସେସୁ ର ଘରୋଇ କରଣ କରି ତାହାର ଦାୟିତ୍ୱ ଟାଟା ଗ୍ରୁପ କୁ ପ୍ରଦାନ କରିଛନ୍ତି।ଯାହାକୁ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ବିରୋଧ କରାଯିବ ସହ ଏହାର ପ୍ରତିବାଦ ରେ ଆସନ୍ତା 30 ତାରିଖରେ ବିଦ୍ୟୁତ ନିୟମକ ଆୟୋଗ ଘେରାଇ କରାଯିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Body:ଅତୀତରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇ କମ୍ପାନୀକୁ ଦାଇତ୍ୱ ଦିଆଯାଇଥିବା ବେଳେ କୌଣସି ପ୍ରକାର ଆଖି ଦୃଶିଆ ସଫଳତା ମିଳି ନ ଥିବା ବେଳେ ପୁଣି ଥରେ ରାଜ୍ୟସରକାର ଏହାର ଘରୋଇ କରଣ କରିବା ପାଇଁ ଯାଉଛନ୍ତି।ତାହା ପୁଣି ସେସୁ ର ଅଧ୍ୟକ୍ଷଙ୍କୁ ବିଶ୍ୱାସକୁ ନ ନେଇ ଏପରି ତରବରିଆ ଭାବେ କାରାଯାଉଥିବା ନେଇ ମଞ୍ଚ ପକ୍ଷରୁ ସନ୍ଦେହ ପ୍ରକଟ କରାଯିବ ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି।ଆହୁରିମଧ୍ୟ ସେସୁ ଏକ 4ହଜାର କଟୋ ଟଙ୍କାର ସଂସ୍ଥା ହୋଇଥିବା ବେଳେ ଏବଂ ଏହାର ଅଧ୍ୟକ୍ଷ ଏହାର ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ତାକୁ ଏପର ଶାଗମାଛ ମୂଲ୍ୟରେ ଘରୋଇ କମ୍ପାନୀକୁ ଟିକିଦେବା ମଧ୍ୟରେ କୌଣସି ନା କୌଣସି ଠାରେ ବଡ଼ ଧରଣର ଘଟାଲା ହୋଇଥିବାର ସନ୍ଦେହ ହେଉଥିବା ମଞ୍ଚ ପକ୍ଷରୁ କୁହାଯାଇଛି।ଯାହା ଫଳରେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ଆଗାମୀ ଦିନରେ ଏହି ବୋଝ ସମ୍ବାଳିବା ସହିତ କମ୍ପାନୀ ଲାଭବାନ ହେବ ବୋଲି କୁହାଯାଇଛି।ଏପରିକି ସେସୁର କର୍ମଚାରୀମାନଙ୍କ ଭବିଷ୍ୟତ ,ସେମାନଙ୍କ ବକେୟା ପାଉଣା ଆଦି ଦେବା କ୍ଷେତ୍ରରେ କୌଣସି ଆଲୋଚନା ନ କରି ସରକାର ଏପରି ନିଷ୍ପତ୍ତି ନେଇଥିବାରୁ ମଞ୍ଚ ପକ୍ଷରୁ ଆଜି ଆହୁତ ସାମ୍ବାଦିକ ସମ୍ମିଳନୀରେ ଏହାର ଉତ୍ତର ସରକାର ଦେବାକୁ ଦାବି କରାଯାଇଛି।ତେଣୁ ଆଗାମୀ 30 ତାରିଖରେ ବିଦ୍ୟୁତ ନିୟମକ ଆୟୋଗ ଘେରାଉ କରାଯାଇ ଏହାର ଉତ୍ତର ମଗାଯିବ।ସରକାର ଏହା ର ଉତ୍ତର ନ ଦେଲେ ଆସନ୍ତା ଜାନୁୟାରୀ8 ତାରିଖରେ ବିଦ୍ୟୁତ ଘରୋଇକରଣ ବିରୁଦ୍ଧରେ ସର୍ବଭାରତୀୟ ବିକ୍ଷୋଭ ରେ କର୍ମଚାରୀ ଓ ଇଞ୍ଜିନିୟର ମାନେ ସାମିଲ ହେବେ ବୋଲି କହିଛନ୍ତି ମଞ୍ଚର ଆବାହକ ଜତୀନ୍ଦ୍ର କୁମାର ରାୟ।ସେହିପରି ପ୍ରଶାନ୍ତ କୁମାର ମହାପାତ୍ର ଏହାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।
ବାଇଟ- ଜତୀନ୍ଦ୍ର କୁମାର ରାୟ,ଆବାହକ
ବାଇଟ-ପ୍ରଶାନ୍ତ କୁମାର ମହାପାତ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.