ETV Bharat / city

Panchayat Election: ଆସିଲା ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡଲାଇନ

author img

By

Published : Jan 11, 2022, 3:34 PM IST

କୋଭିଡ଼ ମହାମାରୀ ସମୟରେ ହେବାକୁ ଯାଉଛି ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନ । ଏଥିଲାଗି ରାଜ୍ୟ ନିର୍ବାଚନ ଆୟୋଗ ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡ଼ଲାଇନ ଜାରି କରିଛନ୍ତି । ଅଧିକ ପଢନ୍ତୁ

Panchayat Election: ଆସିଲା ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡଲାଇନ
Panchayat Election: ଆସିଲା ନୂତନ ପଦକ୍ଷେପ ଓ କୋଭିଡ଼ ଗାଇଡଲାଇନ

ଭୁବନେଶ୍ବର: କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ପଞ୍ଚାୟତ ନିର୍ବାଚନ 2022(Panchayat Election 2022) ବ୍ୟାପକ କଟକଣା ମଧ୍ୟରେ ହେବ । ଏ ନେଇ ଆଜି(ମଙ୍ଗଳବାର) ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଆସନ୍ତା ନିର୍ବାଚନରେ ନୀତିଗତ ଭାବେ ନୂତନ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ ।

ଚଳିତ ନିର୍ବାଚନରେ ବ୍ଲକ ସଦର ମହକୁମାରେ ଭୋଟ ଗଣତି ହେବ । ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ ସଦର ମହକୁମାରେ ଏକା ସହିତ ୩ ଦିନରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ ଗଣତି ହେବ । ଏ ନେଇ ପଞ୍ଚାୟତ ଆଇନର ସଂଶୋଧନ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଜିଲ୍ଲା ୱେବସାଇଟ୍‌ରେ ନାମାଙ୍କନ ପତ୍ର ସହିତ ପ୍ରକାଶନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟଦାନ ସମୟ:- ଆସନ୍ତା ପଞ୍ଚାୟତ ନିର୍ବାଚନ 2022 ପାଇଁ କମିଶନ ଭୋଟଦାନ ସମୟ ସକାଳ 7 ଘଟିକାରୁ ଅପରାହ୍ନ 1 ପର୍ଯ୍ୟନ୍ତ ସ୍ଥିର କରିଛନ୍ତି । ପୂର୍ବରୁ ଭୋଟ ଦାନ ସମୟ ସକାଳ 7ରୁ ଅପରାହ୍ନ 12 ଟା ପର୍ଯ୍ୟନ୍ତ ରହିଥିଲା ।

ପଞ୍ଚାୟତ ନିର୍ବାଚନ ନେଇ ଟୋଲ ଫ୍ରି ନମ୍ବର:-

ପଞ୍ଚାୟତ ନିର୍ବାଚନ ନେଇ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନମ୍ବର ହେଉଛି 1800-345-7787 । କମିଶନଙ୍କ କଲ ସେଣ୍ଟର ସକାଳ 9ରୁ ଅପରାହ୍ନ 6ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । କମିଶନଙ୍କ ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବର – 0674 - 2573494 ସମୟ ସକାଳ 8 ରୁ ରାତ୍ର 9 ପର୍ଯ୍ୟନ୍ତ ଜାରି ରହିବ ।

ପଞ୍ଚାୟତ ନିର୍ବାଚନ ନେଇ କୋଭିଡ ଗାଇଡଲାଇନ:-

ପଥପ୍ରାନ୍ତ ପ୍ରଦର୍ଶନ, ପଦଯାତ୍ରା, ସାଇକେଲ, ମୋଟରସାଇକେଲ, ଯାନ ପଟୁଆରକୁ ଅନୁମତି ନାହିଁ । ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସଂପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ । କୋଭିଡ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ, ମୋବାଇଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସର୍ବାଧିକ 5 ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ ।

ଭୋଟ ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା କରିବେ ନାହିଁ । ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ଼ ଗାଇଡ ଲାଇନ ଖିଲାପ କରନ୍ତି, ତାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 51 - 60 ଅନୁଯାୟୀ ଦଣ୍ଡିତ ହେବେ । ସମ୍ପୂର୍ଣ୍ଣ କୋଭିଡ ଟିକା ନେଇଥିବା ଏବଂ ନେଗେଟିଭ RTPCR ଓ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରି ପାରିବେ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ ।

ସମଗ୍ର ରାଜ୍ୟରେ 5ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଏହି ନିର୍ବାଚନରେ 2, 79, 35, 520 ଜଣ ମତାଦାତା ରହିଛନ୍ତି । 91, 913, ୱାର୍ଡ ମେମ୍ବର 6, 794, ସରପଞ୍ଚ 6, 793 ପଞ୍ଚାୟତ ସମିତି ସଭ୍ୟ ଓ 853 ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ମତଦାନ ସାବ୍ୟସ୍ତ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.