ETV Bharat / city

Campaign Expenditure: ପୌର ନିର୍ବାଚନ ପାଇଁ ପ୍ରାର୍ଥୀ କେତେ କରିବେ ଖର୍ଚ୍ଚ

author img

By

Published : Feb 8, 2022, 5:57 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ ପୌର ନିର୍ବାଚନ । ଏଥିଲାଗି ଆଜି(ମଙ୍ଗଳବାର) ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଜାରି କରାଯାଇଛି । ଅଧିକ ପଢନ୍ତୁ

Campaign Expenditure: ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ତାଲିକା ପ୍ରକାଶିତ

ଭୁବନେଶ୍ବର: ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌର ପରିଷଦ, ପୌର ନିଗମ ଗୁଡ଼ିକରେ ଆରମ୍ଭ ହେବ ପୌର ନିର୍ବାଚନ । ଆଜି (ମଙ୍ଗଳବାର) ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ନୋଟିଫିକେସନ୍‌ ଜାରି କରାଯାଇଛି । ଏହି ନୋଟିଫିକେସନ୍ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।

ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ତାଲିକା ପ୍ରକାଶିତ

ଉଭୟ କାଉନ୍ସିଲର, କର୍ପୋରେଟର ଓ ମେୟର, ଚେୟାରପର୍ସନଙ୍କ ପାଇଁ ଜାରି ହୋଇଛି ଏହି ନୋଟିସ । ନୋଟିଫିକେସନ୍ ଅନୁସାରେ, ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳ ପାଇଁ କାଉନସିଲର ମାନେ ଅଧିକାଂଶ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର ଟଙ୍କା ।

ସେହିପରି ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା ରହିଛି । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା ଓ ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.