ETV Bharat / city

କ୍ରାଇମବ୍ରାଞ୍ଚ ଟ୍ରାକ୍ ରେକର୍ଡ; ଅଧାରୁ ଅଧିକ ମାମଲାର ସରିନି ତଦନ୍ତ - ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ

ପରୀ ହତ୍ୟାକାଣ୍ଡ ପରେ ପୁଣି ଚର୍ଚ୍ଚାକୁ ଆସିଛି ରାଜ୍ୟ ପୋଲିସର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ରାଜ୍ୟ କ୍ରାଇମବ୍ରାଞ୍ଚ
ରାଜ୍ୟ କ୍ରାଇମବ୍ରାଞ୍ଚ
author img

By

Published : Dec 1, 2020, 5:54 PM IST

Updated : Dec 5, 2020, 2:31 PM IST

ଭୁବନେଶ୍ବର: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚକୁ ନେଇ ହଇଚଇ । ପରୀ ହତ୍ୟାକାଣ୍ଡ ପରେ ପୁଣି ଚର୍ଚ୍ଚାକୁ ଆସିଛି ରାଜ୍ୟ ପୋଲିସର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ହେଲେ କେତେ ଭରସାଯୋଗ୍ୟ କ୍ରାଇମବ୍ରାଞ୍ଚ ? ଯାହାର ତଦନ୍ତକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ ?

ପିପିଲି, ଇତିଶ୍ରୀ, ପାରଳା ଗଣହତ୍ୟା ଓ ଆଦିତ୍ୟ ଦାସ ମୃତ୍ୟୁ ମାମଲା ପରି ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ପିପିଲି ଓ ଇତିଶ୍ରୀ ଘଟଣାର ତଦନ୍ତ ସମସ୍ତଙ୍କ ସାମ୍ନାରେ ଥିବାବେଳେ ପାରଳାରେ କେଉଁ କାରଣରୁ 4 ଜଣ ଆତ୍ମହତ୍ୟା କଲେ ତାହାର ସୁରାକ ଏଯାବତ ମିଳିନି । ସେହିପରି ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ କେବଳ ହତ୍ୟା ନୁହେଁ ଆତ୍ମହତ୍ୟାର ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ହେଲେ ଘଟଣାର ଆସୁନି ପୁରା ଚିତ୍ର । ଯାହାକୁ ନେଇ ସିବିଆଇ ତଦନ୍ତର ଡିମାଣ୍ଡ କରିଛନ୍ତି ଆଦିତ୍ୟଙ୍କ ଏନଜିଓ ସଂସ୍ଥାର ଆଇନଜୀବୀ ।

କ୍ରାଇମବ୍ରାଞ୍ଚର କେସ୍ ରେକର୍ଡ; ଅଧାରୁ ଅଧିକ ମାମଲାର ସରିନି ତଦନ୍ତ

କ୍ରାଇମବ୍ରାଞ୍ଚ 12 ବର୍ଷରେ ନେଇଥିବା ଅନେକ କେସର ତଦନ୍ତ ସରୁନି । ତଥ୍ୟ କହୁଛି, 2007ରୁ 2019ଜୁଲାଇ ମଧ୍ୟରେ କ୍ରାଇମବ୍ରାଞ୍ଚ ନେଇଛି 345ଟି ମାମଲା । ହେଲେ ମାତ୍ର 168ଟି କେସ୍‌ର ତଦନ୍ତ ସରିଛି । 177ଟି ମାମଲାର ତଦନ୍ତ ଏବେ ବି ବାକି ପଡିଛି । ସମୁଦାୟ ମାମଲାରୁ 309ଟି କେସ୍‌ ଥାନାରୁ ଆସିଥିବାବେଳେ ଗୃହ ବିଭାଗର ନିର୍ଦ୍ଦେଶରେ 36 ଟି ହାଇପ୍ରୋଫାଇଲ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ସେପଟେ 12 ବର୍ଷରେ ମାତ୍ର 534 ଜଣଙ୍କୁ ଗିରଫ କରାଯାଇଥିବାବେଳେ 45 ଜଣ ଏବେବି ଫେରାର ଅଛନ୍ତି। ଯାହା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ରାଜ୍ୟରେ ହେଉଥିବା ହାଇପ୍ରୋଫାଇଲ ମର୍ଡର, ଅପହରଣ, ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଭଳି ରହସ୍ୟମୟ ଘଟଣାର ତଦନ୍ତ କରିଥାଏ କ୍ରାଇମବ୍ରାଞ୍ଚ । ହେଲେ କଣ ରହିଛି ଷ୍ଟାଟସ ରିପୋର୍ଟ ଏନେଇ ମୁହଁ ଖୋଲିବାକୁ ନାରାଜ ସିନିୟର ଅଫିସର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 5, 2020, 2:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.