ETV Bharat / city

ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ, ମୋଟ ପଜିଟିଭ ସଂଖ୍ୟା 18757

author img

By

Published : Jul 21, 2020, 12:22 PM IST

ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ପଜିଟିଭ ସଂଖ୍ୟା ଛୁଇଁଲା 18757 । ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି । ଅଧିକ ପଢନ୍ତୁ...

state corona update
ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ,ପଜିଟିଭ ସଂଖ୍ୟା ଛୁଇଁଲା 18757

ଭୁବନେଶ୍ବର : କାୟା ବିସ୍ତାର କରୁଛି କୋରୋନା, ବଢୁଛି ସଂକ୍ରମଣ । ରାଜ୍ୟରେ 23 ଜିଲ୍ଲାରୁ ସୋମବାର 647 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 431 ଓ ସ୍ଥାନୀୟ ଅଞ୍ଚଳରୁ 216 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 225 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ 84, ଅନୁଗୋଳରୁ 37 ,ବାଲେଶ୍ବରରୁ 40, ବରଗଡରୁ 4, ଭଦ୍ରକରୁ 12, ବଲାଙ୍ଗୀରରୁ 5 ଓ ଢେଙ୍କାନାଳରୁ 10 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି, ଜଗତସିଂହପୁରରୁ 7, ଯାଜପୁରରୁ 2, କନ୍ଧମାଳରୁ 5, କେନ୍ଦ୍ରାପଡାରୁ 13, ଖୋର୍ଦ୍ଧାରୁ 68, କେନ୍ଦୁଝରରୁ 8, କୋରାପୁରରୁ 28, ମାଲକାନଗିରିରୁ 10, ମୟୂରଭଞ୍ଜରୁ 3, ନବରଙ୍ଗପୁରରୁ 2, ନୟାଗଡରୁ 4 ଓ ରାୟଗଡାରୁ 47 କୋଭିଡ ମାମଲା ସାମ୍ନାକୁ ଆସିଛି । ସମ୍ବଲପୁରରୁ 10, ସୋନପୁରରୁ 1 ଓ ସୁନ୍ଦରଗଡରୁ 22 ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 18757 ରହିଛି । ସେଥିମଧ୍ୟରୁ 12909 ଜଣ ସୁସ୍ଥ ହୋଇଥିବାବେଳେ 5715 ଜଣ ସକ୍ରିୟ ମାମଲା ରହିଛି । ତେବେ, ରାଜ୍ୟରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 103କୁ ଛୁଇଁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.