ETV Bharat / city

ଗୋଟିଏ ଦିନରେ ରାଜ୍ୟରେ 2,589 ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ପ୍ରଶାସନ

author img

By

Published : Aug 19, 2020, 12:06 PM IST

Updated : Aug 19, 2020, 12:24 PM IST

24 ଘଣ୍ଟାରେ ରାଜ୍ୟରୁ 2589 ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 67 ହଜାର ପାର କରିଛି । ଯାହା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

state corona upadate
ଗୋଟିଏ ଦିନରେ ରାଜ୍ୟରୁ 2589 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରୁ 2589 ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 67 ହଜାର ପାର କରିଛି । ଯାହା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 29 ଟି ଜିଲ୍ଲାରେ ସର୍ବାଧିକ 2589 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ 2589 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 1574 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1015 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ତେବେ 2589 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 466 ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଅନୁଗୁଳରେ 20, ବାଲେଶ୍ବରରେ 150, ବରଗଡରେ 67, ଭଦ୍ରକ ରେ 47, ବଲାଙ୍ଗୀର ରେ 1, ବୌଦ୍ଧରେ 16, କଟକ ରେ 222, ଢେ଼ଙ୍କାନାଳରେ 25, ଗଜପତି ରେ 36, ଗଞ୍ଜାମରେ 242, ଜଗତସିଂହପୁରରେ 21, ଯାଜପୁରରେ 95, ଝାରସୁଗୁଡ଼ାରେ 18, କଳାହାଣ୍ଡିରେ 42, କନ୍ଧମାଳରେ 30, କେନ୍ଦ୍ରାପଡାରେ 10, କେନ୍ଦୁଝର ରେ 53, କୋରାପୁଟରେ 92, ମାଲକାନଗିରି ରେ 73, ମୟୂରଭଞ୍ଜ 117, ନବରଙ୍ଗପୁରରେ 36, ନୟାଗଡରେ 11, ନୂଆପଡାରେ 6, ପୁରୀରେ 235, ରାୟଗଡାରେ 211, ସମ୍ବଲପୁରରେ 66, ସୋନପୁର ରେ 26 ଏବଂ ସୁନ୍ଦରଗଡରୁ 155 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 67122ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 45214 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 21384 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 19, 2020, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.