ETV Bharat / city

ଲକ୍ଷ୍ୟ ହୀନ ରାଜ୍ୟ ବିଜେପି, କେନ୍ଦ୍ରୀୟ ନେତାଙ୍କ ଭରସାରେ ଦଳ ! - State bJP Seems directionless always hopeful

ରାଜଧାନୀ ରାଜନୀତି ଏବେ ସରଗରମ । ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବିଜେଡିର ପ୍ରମୁଖ ନେତା ମାନଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ କଂଗ୍ରେସର ପିସିସି ନେତୃତ୍ବ ପରିବର୍ତ୍ତନ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏପଟେ ବିଜେପି ଆକ୍ସନ ଉପରେ ସଭିଙ୍କ ନଜର । ଅଧିକ ପଢନ୍ତୁ

ଲକ୍ଷ୍ୟ ହୀନ ରାଜ୍ୟ ବିଜେପି, କେନ୍ଦ୍ରୀୟ ନେତାଙ୍କ ଭରଷାରେ ଦଳ !

author img

By

Published : Apr 23, 2022, 10:06 PM IST

Updated : Apr 23, 2022, 10:17 PM IST

ଭୁବନେଶ୍ବର: ରାଜଧାନୀ ରାଜନୀତି ଏବେ ସରଗରମ ହୋଇପଡିଛି । ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବିଜେଡିର ପ୍ରମୁଖ ନେତା ମାନଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ କଂଗ୍ରେସର ପିସିସି ନେତୃତ୍ବ ପରିବର୍ତ୍ତନ ଏକପ୍ରକାର ନିଶ୍ଚିତ ହୋଇଯାଇଛି । କିନ୍ତୁ ବିଜେପି ଏବେ ବି ଶୋଇଛି । ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନରେ ରହିଥିବା ଦଳ କଂଗ୍ରେସ ଏବେ ଉପରକୁ ଉଠିବାକୁ ଚେଷ୍ଟା କରୁଛି । ବିଜେପି କେନ୍ଦ୍ର ନେତୃତ୍ବ ଉପରେ ଛାଡିଦେଇ ବସିଛି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌରନିର୍ବାଚନରେ ବହୁ କଷ୍ଟରେ ଦିତୀୟ ସ୍ଥାନରେ ରହିଛି ଦଳ ।

ଲକ୍ଷ୍ୟ ହୀନ ରାଜ୍ୟ ବିଜେପି, କେନ୍ଦ୍ରୀୟ ନେତାଙ୍କ ଭରଷାରେ ଦଳ !

ଏହାକୁ ନେଇ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ନିର୍ବାଚନରେ କଣ ପାଇଁ ହାରିଲେ ତାର ସମୀକ୍ଷା ବିଭିନ୍ନ ନିର୍ବାଚନମଣ୍ଡଳୀର ଏବଂ ଜୋନସ୍ତରରେ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ଆସନ୍ତା 26 ତାରିଖ ସୁଦ୍ଧା ଶେଷ ହେବ । ଶେଷ ହେବା ପରେ ରାଜନୈତିକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।

ସେହିପରି ପୃଥ୍ବୀରାଜ କହିଛନ୍ତି, ବିଜେଡି ସରକାର ଆଗାମୀ ଦିନରେ କେତେ ଦୁର୍ନୀତିକୁ ଘଣ୍ଟ ଘୋଡାଇବେ । ଲୋକମାନଙ୍କୁ ସୁଶାସନର ଭୁଆଁ ବୁଲାଉଛନ୍ତି । ଆଉ ବିଜେଡିରେ ବିଲୁଆ ବିଚାର ଚାଲିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 23, 2022, 10:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.