ETV Bharat / city

'ପେଟ୍ରୋଲ-ଡିଜେଲରୁ ଆଉ ୧୪ ଟଙ୍କା ଭାଟ କମାନ୍ତୁ ରାଜ୍ୟ ସରକାର' - ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ପିଏମ ମୋଦିଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତ । ରାଜ୍ୟ ସରକାର କେବଳ ୩ ଟଙ୍କା ହ୍ରାସ କରିଛନ୍ତି । ଆଉ ୧୪ ଟଙ୍କା ହ୍ରାସ କରନ୍ତୁ ବୋଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

state bjp president samir mohanty press meet on petrol and diesel price cut
ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ସମୀର ମହାନ୍ତିଙ୍କ ପ୍ରେସମିଟ
author img

By

Published : Nov 6, 2021, 4:16 PM IST

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ । ଦୀପାବଳି ପୂର୍ବଦିନ ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ବୋଲି ସମୀର କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ପେଟ୍ରୋଲ ଓ ଡିଜେଲରୁ ଆଉ ୧୪ ଟଙ୍କା ଭାଟ କମାନ୍ତୁ ରାଜ୍ୟ ସରକାର

କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଦୀପାବଳୀ ପୂର୍ବଦିନ ପେଟ୍ରୋଲ ଓ ଡିଜେଲରୁ ଉତ୍ପାଦ ଶୁଳ୍କ ହ୍ରାସ କରି ଦେଶବାସୀଙ୍କ ଦୁଃଖକୁ ବୁଝିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ନେଇ ଦେଶବାସୀ ଖୁସି ହୋଇଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

ଏହାପରେ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ କମାଇଛନ୍ତି। ଉତ୍ତରପ୍ରଦେଶରେ ପେଟ୍ରୋଲ ଉପରେ 12 ଟଙ୍କା ଓ ଡିଜେଲ ଉପରେ ୧୨ ଟଙ୍କା ଭାଟ କମାଇଛନ୍ତି । ସେହିପରି ଗୁଜୁରାଟରେ ପେଟ୍ରୋଲରେ ୧୨ ଟଙ୍କା ଡିଜେଲରେ ୧୭ ଟଙ୍କା, କର୍ଣ୍ଣାଟକରେ ପେଟ୍ରୋଲରେ ୧୨ ଓ ଡିଜେଲରେ ୧୭ ଟଙ୍କା, ଗୋଆରେ ପେଟ୍ରୋଲ ଉପରେ ୧୨ ଟଙ୍କା ଓ ଡିଜେଲରେ ୧୭ , ମଣିପୁରରେ ୧୨ ଓ ଡିଜେଲରେ ୧୭ ଟଙ୍କା, ତ୍ରିପୁରାରେ ପେଟ୍ରୋଲରେ ୧୨ ଟଙ୍କା ଓ ଡିଜେଲରେ ୧୭ , ସିକିମରେ ପେଟ୍ରୋଲରେ ୧୨ ଟଙ୍କା ଓ ଡିଜେଲରେ ୧୭ ଟଙ୍କା ହ୍ରାସ କରିଛନ୍ତି ।

ତେବେ ଓଡିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରେ କେବଳ ୩ ଟଙ୍କା କମାଇଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଉ ୧୪ ଟଙ୍କା ଭାଟ ହ୍ରାସ କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ଦାବି କରିଛନ୍ତି। ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରେ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଲେ । ରାଜ୍ୟ ସରକାରଙ୍କୁ ମଧ୍ୟ ଭାଟ କମାଇବା ପାଇଁ ଅପିଲ କରିଛନ୍ତି ସମୀର । ଏହା ସହ ବିଜେଡିର ନେତଙ୍କୁ ପେଟ୍ରୋଲ ଓ ଡିଜେଲର ଦରକୁ ନେଇ ବିତର୍କ କରିବା ପାଇଁ ଆହ୍ବାନ କରିଛନ୍ତି ରାଜ୍ୟ ବିଜେପି ସଭାପତି । ପ୍ରଧାନମନ୍ତ୍ରୀଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି । ଓଡିଶା ସରକାର ଆଉ 14 ଟଙ୍କା ଭାଟ୍ କମାଇବା ପାଇଁ ରାଜ୍ୟ ବିଜେପି ସଭାପତିଙ୍କ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.