ଭୁବନେଶ୍ବର: ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରୁଥିବା ପ୍ରତିବାଦରେ ସାରା ଓଡିଶାରେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି। ଏହି କ୍ରମରେ ସୋମବାର ଭୁବନେଶ୍ବର ବ୍ଲକ ଅଫିସ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ଓ ନେତା ବିକ୍ଷୋଭ ପଦର୍ଶନ କରିଛନ୍ତି ।
ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ଯୋଜନାକୁ ହଡପ କରୁଛନ୍ତି। ମିଛ କହି ରାଜ୍ୟବାସୀଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ସହ ଛଳନା କରିଛନ୍ତି, ପ୍ରତାରଣା କରିଛନ୍ତି ତେଣୁ ଆଗକୁ ଏହି ସ୍ବର ଶାଣିତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ।
ସାରା ରାଜ୍ୟର ୩୧୪ ବ୍ଲକ ଅଫିସ ସମ୍ମୁଖରେ ବିଜେପି ଧାରଣା ଦେଇଛି। ଏହି ପ୍ରତିବାଦରେ ସିଏମ ନବୀନ ପଟ୍ଟନାୟକଙ୍କ ଚିଠି ଚିରିଛନ୍ତି କର୍ମୀମାନେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ