ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (BJP) ଗତ ପଞ୍ଚାୟତ ନିର୍ବାଚନରେ ତୃତୀୟରୁ ଦ୍ଵିତୀୟ ସ୍ଥାନକୁ ଆସିଥିଲା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମେ ଦ୍ବିତୀୟ ସ୍ଥାନରୁ ପ୍ରଥମ ହେବୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ତେବେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟାରେ ଗୋଲକ କହିଛନ୍ତି, ସେ ଯାହା କହିଛନ୍ତି ତାକୁ ତର୍ଜମା କରି ଦେଖନ୍ତୁ ।
ସେହିପରି ପ୍ରମିଳା କଣ ଜ୍ୟୋତିଷ ନା ଭୋଟ ବାକ୍ସ ତିଆରି କରିଛନ୍ତି । ବିଜେଡି ରାଜ୍ୟବାସୀଙ୍କ ସେବା କରିନାହାନ୍ତି । ଏଥିସହ ଓବିସିଙ୍କୁ ନ୍ୟାୟ ପ୍ରଦାନ ମଧ୍ୟ କରିନାହାନ୍ତି । ତାଙ୍କୁ ଏହାର ଉତ୍ତର ଦେବାକୁ ପଡିବ ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ଅନ୍ୟପଟେ ଆମେ କୌଣସି ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ଦେଇନୁ । ତେବେ ଯେଉଁମାନେ ଥିଲେ ସମସ୍ତେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହାର ପ୍ରାର୍ଥୀତ୍ବ ଅଛି ସେମାନେ ବିଜୁ ଜନତା ଦଳର ପ୍ରାର୍ଥୀ ବୋଲି ଗୋଲକ କହିଛନ୍ତି । ଏଣୁ ସ୍ବାଧୀନ ପ୍ରାର୍ଥୀଙ୍କ ଲାଗି ଯାହା କ୍ଷତି ହେବ ବିଜେଡିର ହେବ ଆମର କୌଣସି କ୍ଷତି ହେବ ନାହିଁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ