ଭୁବନେଶ୍ବର: ଦିବ୍ୟାଙ୍ଗ ଛାତ୍ର ସ୍ମୁତି ରଞ୍ଜନଙ୍କ ମୁହଁ ରେ ହସ ଫୁଟେଇଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ପ୍ରତିବଦ୍ଧତାର ଆହ୍ବାନରେ ଅନୁପ୍ରାଣିତ ହୋଇ ପଞ୍ଚମ ଶ୍ରେଣୀ ଛାତ୍ର ଦିବ୍ୟାଙ୍ଗ ସ୍ମୁତି ରଞ୍ଜନ ଦାସଙ୍କୁ ଶ୍ରୀମୟୀ ମିଶ୍ର ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ଆଉ ଏହି ସାଇକେଲ ପାଇଁ ସ୍ମୁତି ରଞ୍ଜନଙ୍କ ମୁହଁରେ ହସ ଫୁଟିଛି ।
ଆମେ ସମସ୍ତେ ସେବା ମନୋଭାବରେ ବ୍ରତି ହୋଇ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଇବା ଉଚିତ ବୋଲି କହିଥିଲେ ଶ୍ରୀମୟୀ । ଏହିଭଳି ସାମାଜିକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଏହି ଟ୍ରାଇ ସାଇକେଲ ପ୍ରଦାନ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏବଂ ନାରୀ ନେତ୍ରୀ ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ