ଭୁବନେଶ୍ବର: ବୁଧବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡିଶାରୁ ଉପକୂଳ ଓଡିଶାରେ ମାଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଅଛି। 1ରୁ 4 ଯାଏ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)।
ବିଶେଷକରି ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ଯେପରି ଧାନ କ୍ଷେତରୁ ଶସ୍ୟ କିପରି ଖଳାକୁ ଆଣିବେ ସେନେଇ ଅଧିକ ଗୁରୁତ୍ଵ ଦିଆଯାଇଛି। ବିଶେଷ କରି ଅମଳ ସମୟ ହୋଇଥିବାରୁ ଯେପରି ଫସଲ ଅମଳ କ୍ଷତି ନହୁଏ ସେଥିନେଇ ଦୃଷ୍ଟି ଦେବାକୁ କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ