ETV Bharat / city

ରାଜ୍ୟରେ ଲଗାଣ ବର୍ଷା ଜାରି, 4 ଜିଲ୍ଲାକୁ ସତର୍କ ସୂଚନା - SRC reaction

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରତି ଜିଲ୍ଲାରେ ବର୍ଷା ହୋଇଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଜାରି, 4 ଜିଲ୍ଲାକୁ ସତର୍କ ସୂଚନା

author img

By

Published : Aug 26, 2020, 2:01 PM IST

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରତି ଜିଲ୍ଲାରେ ବର୍ଷା ହୋଇଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଜାରି, 4 ଜିଲ୍ଲାକୁ ସତର୍କ ସୂଚନା

ତେବେ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 168 ମିଲି ମିଟର ବର୍ଷା ହୋଇଛି । ସେପଟେ ସୁବର୍ଣ୍ଣପୁରରେ 162.3 ମିଲି ମିଟର, ଜଗତସିଂହପୁରରେ 146 ମିଲିମିଟର, ବୌଦ୍ଧରେ 133 ମିଲିମିଟର, କେନ୍ଦୁଝରରେ 125 ମିଲିମିଟର, ମୟୂରଭଞ୍ଜରେ 122 ମିଲିମିଟର, ଭଦ୍ରକରେ 117 ମିଲିମିଟର, ଯାଜପୁରରେ 115 ମିଲିମିଟର ଓ କଟକରେ 102 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଏହାବାଦ 9 ଜିଲ୍ଲାରେ 100 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ମାଲକାନଗିରିରେ ସର୍ବନିମ୍ନ 7.1 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ରାଜ୍ୟର 4ଟି ବ୍ଲକରେ 200 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକରେ ଅଧିକ ବର୍ଷା ହୋଇଛି । ଯାହା ଫଳରେ ସେଠାରେ କିଛି ସ୍ଥାନ ପାଣି ଘେରରେ ରହିଛି ।

ଏହାସହ ବୈତରଣୀ ନଦୀର ଉପର ଓ ତଳ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ନେଇ 4 ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଥିବା ସେ କହିଛନ୍ତି । ତେବେ ଏସବୁ ଭିତରେ ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.