ETV Bharat / city

‘ଗୁଲାବ’ର ଗତି କୁଆଡେ ? ପ୍ରଭାବିତ ହୋଇପାରେ 7 ଜିଲ୍ଲା, ସତର୍କ କରାଇଲେ SRC - ଏନଡିଆରଏଫ

ତୀବ୍ର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆଗୁଆ ସତର୍କତା । ସେହିସବୁ ଜିଲ୍ଲାଗୁଡିକରେ 42 ODRAF ଓ 24 NDRF ମୁତୟନ ହେବା ନେଇ କହିଲେ ଏସଆରସି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା; ପ୍ରଭାବିତ ହୋଇପାରେ 7 ଜିଲ୍ଲା, ନିୟୋଜିତ ହେବେ 42 Odraf, 24 NDRF ଟିମ

author img

By

Published : Sep 25, 2021, 2:34 PM IST

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ତୀବ୍ର ଅବପାତର ରୂପ ନେଇ ସାରିଛି । ଏହା ଗଞ୍ଜାମର ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଠାରୁ 500 କମି ଦୂରରେ ରହିଛି । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ରହିବ । ଏହା ଘଣ୍ଟାକୁ 12 କିମି ବେଗରେ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟାରେ ଏହା ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ଦେଇ ଅତିକ୍ରମ କରିବ । ମଡେଲ ଅନୁସାରେ କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସମ୍ଭାବ୍ୟ ବାତ୍ୟା; ପ୍ରଭାବିତ ହୋଇପାରେ 7 ଜିଲ୍ଲା, ନିୟୋଜିତ ହେବେ 42 Odraf, 24 NDRF ଟିମ

ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏସଆରସି ପ୍ରଦୀପ ଜେନା ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ପଡିପାରେ । ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି । ବାତ୍ୟା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ । ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି କହିଛନ୍ତି ଏସଆରସି । ସେପଟେ ବାତ୍ୟା ଗୁଲାବକୁ ଆଖି ଆଗରେ ରଖି 7ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏସଆରସି ବୈଠକ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ 42 ଓଡ୍ରାଫ, 24 ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି ।

ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ ହେବା ପରେ ଏହା ପ୍ରଭାବରେ 60ରୁ 70କିମି ବେଗରେ ପବନ ବହିବ । 4ରୁ 5ଟି ଜିଲ୍ଲାରେ ପ୍ରବଳ ପ୍ରଭାବ ପଡିବ । ଆଜି ସନ୍ଧ୍ୟା ପର ଠାରୁ ପ୍ରଭାବ ବଢିବ । ଆସନ୍ତାକାଲି ଓ ପରଦିନ ବର୍ଷା ପରିମାଣ ବଢିପାରେ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ନୟାଗଡ ଜିଲ୍ଲାପାଳଙ୍କୁ ସୂଚିତ କରାଯାଇଛି । ବିଡିଓ, ତହସିଲଦାର, ଫାୟାର ଟିମ୍, ସ୍ଥାନୀୟ ଥାନାମାନଙ୍କୁ ଆଲର୍ଟ କରାଯାଇଛି ।

ଗଞ୍ଜାମରେ ଥିବା ରିଜର୍ଭରର ପାଣି ମପା ଯାଇଛି । ଇନ୍ଦ୍ରାବତି, କୋଲାବରେ ପାଣି କମ୍ ଅଛି । ଗଞ୍ଜାମରେ ପାଣି କମ୍ ରହିଛି, ସମସ୍ୟା ହେବ ନାହିଁ । ତିତିଲି ବାତ୍ୟା ବେଳେ ଯେପରି ବର୍ଷା ହୋଇଥିଲା ସେଭଳି ବର୍ଷାକୁ ନଜରରେ ପ୍ରସ୍ତୁତି କରାଯାଉଛି ।

4ଟି ଦିଗ ଉପରେ ଅଧିକ ଗୁରୁତ୍ବ:

1- ପ୍ରବଳ ବର୍ଷା, ଫ୍ଲାସ୍ ଫ୍ଲଡ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିକୂଲ୍ୟା, ନାଗାବଳିରେ ବନ୍ୟାର ସମ୍ଭାବନା ।

2- ପ୍ରବଳ ବର୍ଷା ହେଲେ ଭୂସ୍କଳନ ପାଇଁ ଆଶଙ୍କା ରହୁଛି । ଅତୀତରେ ଗଜପତି ଜିଲ୍ଲାରେ ହୋଇଛି । ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ହୋଇଛି ।

3- ଖସଡା ବା ପାହାଡିଆ ସ୍ଥାନରେ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆସରିଛି ।

4- ପ୍ରବଳ ପବନ ହେବ ।

NDRF, ODRAF, DG fire services ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । 42ଟି ଓଡ୍ରାଫ୍ ଟିମ୍, 24 ଏନଡିଆରଏଫ ଟିମ୍, 102ଟି ଫାୟାର ଟିମ ମୁତୟନ ରହିବେ ।

ଗଜପତିରେ ୬ଟି ଓଡ୍ରାଫ୍, ୪ଟି ଏନଡିଆରଏଫ

ରାୟଗଡାରେ ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ

ମାଲକାନଗିରିରେ ୬ଟି ଓଡ୍ରାଫ୍, ୨ଟି ଏନଡିଆରଏଫ

ନବରଙ୍ଗପୁରରେ ୨ଟି ଓଡ୍ରାଫ

ନୟାଗଡ ୪ ଓଡ୍ରାଫ୍ ଟିମ ରହିବେ

ଭୁବନେଶ୍ବରରେ ୧୧ ଫାୟାର ଟିମ, ୬ଟି ଓଡ୍ରାଫ୍ ଓ ୪ ଏନଡିଆରଏଫ ଟିମ୍ ରିଜର୍ଭ ରହିବେ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.