ETV Bharat / city

ବାଚସ୍ପତି ସରକାରଙ୍କ ଚାପରେ ରହିଛନ୍ତି: କଂଗ୍ରେସ ବିଧାୟକ - ବାଚସ୍ପତି ସରକାରଙ୍କ ଚାପରେ ରହିଛନ୍ତି କହିଲେ କଂଗ୍ରେସ ବିଧାୟକ

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ । ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ବାଚସ୍ପତିଙ୍କୁ ନିଶାନା କରିଛନ୍ତି ସାଲୁଜା । ଅଭିଯୋଗ କରିଛନ୍ତି ସରକାରଙ୍କ ଚାପରେ ରହିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ
author img

By

Published : Apr 16, 2022, 7:16 PM IST

ଭୁବନେଶ୍ବର: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ । ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ବାଚସ୍ପତିଙ୍କୁ ନିଶାନା କରିଛନ୍ତି ସାଲୁଜା । ସାଲୁଜା ଅଭିଯୋଗ କରିଛନ୍ତି ସରକାରଙ୍କ ଚାପରେ ରହିଛନ୍ତି ବାଚସ୍ପତି । ସାଲୁଜା କହିଛନ୍ତି ଗୃହ କମିଟି ଅନୁଧ୍ୟାନ ନକରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃର୍ପାଶ୍ବ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାନସଭାରେ ବିରୋଧୀ ଆପତ୍ତି ଉଠାଇଥିଲେ । ଶ୍ରୀମନ୍ଦିର ଚତୁର୍ପାଶ୍ବରେ ଖୋଳା ଯାଇଥିବା ଗର୍ତ୍ତକୁ ନେଇ ବିରୋଧୀ ବିଧାନସଭାରେ ହୋହଲ୍ଲା କରିଥିଲେ । ଏହା ଦ୍ବାରା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଦାବି କରିଥିଲେ ବିରୋଧୀ ।

ବାଚସ୍ପତି ସରକାରଙ୍କ ଚାପରେ ରହିଛନ୍ତି : କଂଗ୍ରେସ ବିଧାୟକ

ବାଚସ୍ପତି ଗୃହ କମିଟି ଗଠନ କଲେ । ହେଲେ ବିଧାନସଭା ବଜେଟ ଅଧିବେଶନ ସରିବାର 17 ଦିନ ବିତିଯାଇଥିଲେ ବି ଗୃହ କମିଟି ଏପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ବ ଅନୁଧ୍ୟାନ କଲେ ନାହିଁ । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଶ୍ରୀମନ୍ଦିର ବଞ୍ଚାଅ ନାରା ଦେଇଥିବା ବେଳେ କଂଗ୍ରେସ ବାଚସ୍ପତିଙ୍କ ଉପରେ ପ୍ରଶ୍ନ ଉଠାଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ଭୂମିକା ଉପରେ ସନ୍ଦେହ କରି ସରକାରଙ୍କ ଚାପରେ ଅଛନ୍ତି ବୋଲି କହିଛନ୍ତି। କଣ ପାଇଁ ବୈଠକ ଡାକିବାରେ ବିଳମ୍ବ ହେଉଛି? ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର। ଏହା ଦ୍ବାରା ଓଡିଆଙ୍କ ଭାବାବେଗ ପ୍ରତି ଆଞ୍ଚ ଆସୁଛି ବୋଲି ସାଲୁଜା କହିଛନ୍ତି ।

ସୂଚନାଯୋଗ୍ୟଯେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର 7 ଜଣିଆ ଗୃହ କମିଟି ଗଠନ କରାଯାଇଛି। କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ବିଜେପି ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ଏହି କମିଟିର ସଦସ୍ୟ ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.