ETV Bharat / city

ସକ୍ରିୟ ଅପରାଧୀ, ଜେଲ ଭିତରୁ ଅପରେଟ୍ ହେଉଛି ନେଟଓ୍ବର୍କ - କାରାଗାର

କାରାଗାରର ଅନ୍ଧାରୀ ଚାରିକାନ୍ଥ । ଯେଉଁଠି, ଦୋଷୀ ସାବସ୍ତ୍ୟ ହେଲେ ସଜା କାଟନ୍ତି ଅପରାଧୀ । ନଚେତ ବିଚାର ବିଭାଗୀୟ ହାଜତରୁ ବେଲରେ ଖସେ । ତେବେ କଣ ପ୍ରକୃତରେ କଏଦୀଟି, ଜେଲରେ ବନ୍ଦୀ ଜୀବନ କାଟେ ? କଣ ଜେଲ ଭିତରେ ବନ୍ଦୀ ଜିବନ କଷ୍ଟ ଦାୟକ ? ସତରେ କଣ ହାର୍ଡକୋର କ୍ରିମିନାଲ ଜେଲ ଗଲା ପରେ ଅପରାଧ ସହ ଛିନ୍ନ କରେ ସମ୍ପର୍କ ? ସାଧାରଣ ମଣିଷର ମନରେ ଉଙ୍କି ମାରେ ଏମିତି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ..

ଜେଲ ଭିତରେ ସକ୍ରିୟ ସାଜୁଛି ଅପରାଧି, ଘଟାଇ ବସୁଛି ଅଘଟଣ

author img

By

Published : Jul 17, 2020, 6:28 PM IST

ଭୁବନେଶ୍ବର: ସୁଉଚ୍ଚ ପାଚେରୀ ଆଉ ନିବୁଜ କାରାଗାର ଭିତରେ ଘଟୁଥିବା ଘଟଣା ଗୁଡ଼ିକ ନା ପଦାକୁ ଆସିପାରେ, ନା କିଏ ଜାଣିପାରେ ? ତେବେ ଜେଲ ଭିତରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି କିଛି ଛବି । ଏହି ଦୃଶ୍ୟ ହିଁ ବୟାନ କରୁଛି ଜେଲ ଭିତରେ କେମିତି ଚାଲିଛି ସଜା ଆଳରେ ମଜା । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ନିଜେ କରିଥିବା କୁକର୍ମର ପରିଣାମ ପାଇଁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଅପରାଧୀକୁ ମିଳେ ସଜା । କିନ୍ତୁ ସଜା ବଦଳରେ ଅପରାଧୀଙ୍କ ଆଡା ସ୍ଥଳୀ ସାଜୁଛି କାରାଗାର । ଏପରିକି ଗଞ୍ଜେଇ ଅଫିମଠୁ ଆରମ୍ଭ କରି ବ୍ରାଉନସୁଗାର ଏବଂ ଦାମି ମୋବାଇଲ ଫୋନ ମଧ୍ୟ ଏଣ୍ଟ୍ରି ମାରେ ଜେଲ ଭିତରକୁ । ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଡ଼ ହୁଏ ଆଉ ତଦନ୍ତ ବି ହୁଏ । କିନ୍ତୁ କାର୍ଯ୍ୟାନୁଷ୍ଠାନ କଥା ନକହିବା ଭଲ । ଆସନ୍ତୁ ନଜର ପକାଇବା ଆମ ରାଜ୍ୟର ବିଭିନ୍ନ କାରାଗାରରେ ଘଟିଥିବା ଏମିତି ଜଘନ୍ୟ ଘଟଣା ଉପରେ..

ଜେଲ ଭିତରେ ସକ୍ରିୟ ସାଜୁଛି ଅପରାଧି, ଘଟାଇ ବସୁଛି ଅଘଟଣ
  • ମାର୍ଚ୍ଚ ୧୪, ୨୦୧୯ । କଟକ ଚୌଦାର ଜେଲରେ ହୋଇଥିଲା ରେଡ । ଆଉ ଜବତ ହୋଇଥିଲା ବିପୁଳ ପରିମାଣର ମାଦକ ଦ୍ରବ୍ୟ ।
  • ମାର୍ଚ୍ଚ ୨୮, ୨୦୧୯ । ଭୁବନେଶ୍ବର ଝାରପଡା ସ୍ବତନ୍ତ୍ର ଜେଲରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ସହ ଜବତ ହୋଇଥିଲା ଦାମୀ ମୋବାଇଲ ଫୋନ ।
  • ଜୁନ ୬, ୨୦୨୦ । ଖୋର୍ଦ୍ଧା ଉପକାରଗାରରେ ରେଡ ବେଳେ ଜବତ ହୋଇଥିଲା ବିପୁଳ ମାଦକ ଦ୍ରବ୍ୟ ।
  • ସେହିପରି ୪ ଜୁନ ୨୦୧୭ ମସିହା । ଜେଲ ଏଡିଜି ଅରୁଣ କୁମାର ରାୟଙ୍କ ସମୟରେ ୧୨ଟି ଜିଲ୍ଲାର ଜେଲରେ ହୋଇଥିଲା ରେଡ । ଆଉ ସମ୍ବଲପୁର ଜେଲରୁ ଜବତ ହୋଇଥିଲା ସର୍ବାଧିକ ୧୬ଲକ୍ଷ୭୨ ହଜାର ଟଙ୍କା ସହ ବିପୁଳ ପରିମାଣର ମାଦକ ଦ୍ରବ୍ୟ । ଅନ୍ୟପଟେ ଏପରି ଘଟଣା ରାଜ୍ୟରେ କିଛି ନୂଆ ନୁହେଁ। ଅନେକ ସମୟରେ ଖୋଦ ଜେଲର କର୍ମଚାରୀ ସାଜନ୍ତି ଅପରାଧିଙ୍କ ହାତବାରିସୀ । ମାଦକ ଦ୍ରବ୍ୟ, ମାରଣାସ୍ତ୍ର ସହ ଟଙ୍କା କାରବାରର ମାଧ୍ୟମ ସାଜନ୍ତି ଏମାନେ । ଆଉ ଯେଉଁ କର୍ମଚାରୀ ଅପରାଧୀ ପଞ୍ଝାରେ ନପଶେ, ତାକୁ ଜୀବନ ହରାଇବାକୁ ପଡ଼େ । ଯାହାର ରହିଛି ଅନେକ ଉଦାହରଣ ।
  • ସେଦିନ ଥିଲା ନଭେମ୍ବର ୧, ୨୦୦୯ । ଝାରପଡା ଜେଲ ୱାର୍ଡେନ ମାନସ ରଂଜନ ନାୟକକୁ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ ।
  • ଜାନୁଆରୀ ୧୨, ୨୦୨୦ । ଚୌଦାର ଜେଲରେ ସୁପରିଟେଣ୍ଡଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କାରାଗାରରେ ଥିବା କଏଦୀ ।
  • ସେହିପରି ମାର୍ଚ୍ଚ ୯, ୨୦୨୦ । ସମ୍ବଲପୁର ଜେଲରେ ୱାର୍ଡନକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଫଳରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ ।

ତେବେ ପ୍ରଶ୍ନ ଉଠୁଛି, କିପରି ସୁରକ୍ଷା ବଳୟର ଅଭେଦ ପ୍ରାଚିର ଭିତରକୁ ପ୍ରବେଶ କରେ ଏସବୁ ? କଣ ଭିତରେ ରହି ମଧ୍ୟ ଅପରାଧୀ ନେଟଓ୍ବର୍କ ଅପରେଟ କରେ ଅପରାଧୀ ? ଆଉ ଘଟାଇ ଥାଏ ଗୋଟିଏ ପରେ ଗୋଟେ ଅଘଟଣ । ଯାହା ଯେତିକି ଚିନ୍ତାଜନକ ସେତିକି ସମ୍ବେଦନଶୀଳ ମଧ୍ୟ । ତେଣୁ ଜେଲ ଭିତରେ ଆଡ୍ଡା ଚଳାଇଥିବା ଅପରାଧୀଙ୍କ କାର୍ଯ୍ୟ କଳାପକୁ ରୋକ ଲଗାଇବା ପାଇଁ ସରକାରଙ୍କ ଆଗାମୀ ରଣନୀତିକୁ ଅପେକ୍ଷା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.