ଭୁବନେଶ୍ବର: ବିଦେଶରେ ଫସିଥିବା ପ୍ରବାସୀଙ୍କୁ ନେଇ ଓଡିଶା ଆସୁଛି ସ୍ବତନ୍ତ୍ର ବିମାନ। ଗୁରୁବାର ରାତି ୯ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ ଦୁବାଇରୁ ଆସୁଥିବା ବିମାନ । ପାଖାପାଖି ୧୫୦ ପ୍ରବାସୀଙ୍କୁ ନେଇ ଓଡିଶା ଆସୁଛି ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ । ତେବେ କେବଳ ଗୋଟିଏ ନୁହେଁ ଏହିପରି ୪ଟି ବିମାନ ଓଡିଶା ଆସିବାର କାର୍ଯକ୍ରମ ରହିଛି ।
ତେବେ ଏନେଇ ଆସନ୍ତା ୧୯ରେ ପୁଣି ଏକ ବିମାନ ଦୁବାଇରୁ ,୨୦ରେ କୁଆଲଲାମପୁରରୁ ଓ ୩୦ରେ ଚିକାଗୋରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ବର ସ୍ବତନ୍ତ୍ର ବିମାନରେ ଅନେକ ପ୍ରବାସୀ ଓଡିଶା ଆସିବାର କାର୍ଯକ୍ରମ ରହିଛି । ତେବେ କେତେ ପ୍ରବାସୀ ଆସିବେ ସେନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଏନେଇ ପ୍ରଥମ ଥର ଏକ ନୂତନ ପଦକ୍ଷେପ ନିଆଯାଇଛି । ପୂର୍ବରୁ ବିମାନ ଯାତ୍ରା ବେଳେ ଲିକୁୟିଡ ଆଇଟମ ନେବାର ଅନୁମତି ନଥିବା ବେଳେ କିନ୍ତୁ ଏଥର ସବୁ ପ୍ରବାସୀ ସାଥିରେ ହ୍ୟାଣ୍ଡ ସାନିଟାଇଜର ଆଣିବାର ଅନୁମତି ଦିଆଯାଇଛି । ହେଲେ ଯାତ୍ରୀମାନେ ସାଙ୍ଗରେ କେବଳ ୩୫୦ ଏମଏଲ ପର୍ଯନ୍ତ ସାନିଟାଇଜର ଆଣିବାକୁ ଅନୁମତି ରହିଛି ।
ତେବେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ତେବେ ବିମାନ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଯାତ୍ରୀମାନଙ୍କର ସ୍କ୍ରିନିଂକରାଯିବା । ଏହାସହ ସେମାନଙ୍କୁ କେଉଁଠାକୁ ପଠାଯିବେ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ