ETV Bharat / city

IND vs SA T20: ମ୍ୟାଚ୍‌ ପାଇଁ ବରମୁଣ୍ଡାରୁ ବାରବାଟୀ ଗଡିବ ସ୍ଵତନ୍ତ୍ର ମୋ ବସ୍

author img

By

Published : Jun 10, 2022, 7:24 PM IST

ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-20 ମ୍ୟାଚ୍ ପାଇଁ ଭୁବନେଶ୍ବରର ବରମୁଣ୍ଡାରୁ ବାରବାଟୀ ଷ୍ଟାଡିୟମକୁ ମୋ ବସ୍ ସେବା ଯୋଗାଇବ CRUT । ଅଧିକ ପଢନ୍ତୁ

IND vs SA T20: ବାରବାଟୀ ମ୍ୟାଚ୍‌ ପାଇଁ ସ୍ଵତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ବର: ବାରବାଟୀ ଷ୍ଟାଡ଼ିୟମ୍‌ରେ ୧୨ ତାରିଖରେ ଆୟୋଜିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି୨୦ ମ୍ୟାଚ୍ । ଏଥିପାଇଁ ଉଭୟ ଟିମ ଭୁବନେଶ୍ୱରରେ ପହଞ୍ଚିଛିନ୍ତି । ମ୍ୟାଚକୁ ନଜରରେ ରଖି ସ୍ଵତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ମନରେ ଖୁବ୍ ଉତ୍ସାହ ଦେଖାବାକୁ ମିଳିଛି । ଯାତ୍ରୀମାନଙ୍କ ଯାତାୟତରେ ନିଶ୍ଚୟ ସୁବିଧା ପାଇଁ ମୋ ବସ୍‌ର ଏଭଳି ଦିନିକିଆ ସ୍ଵତନ୍ତ୍ର ସେବା ହେବ । ଏହି ସେବା ପାଇଁ ବସ୍ ଭଡ଼ା ଫ୍ଲାଟ ୪୦ ଟଙ୍କା ରହିବ ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡ଼ିୟମ୍ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପଟିଆ ରୋଡ଼୍ ଦେଇ ସିଧାସଳଖ ବାରବାଟୀ ଷ୍ଟାଡ଼ିୟମ୍ ଯାଏ ମୋ ବସ୍ ଚାଲିବ । ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ବାହାର ରାଜ୍ୟରୁ ଆସୁଥିବା ଖେଳପ୍ରେମୀ ପ୍ରାୟ ଭୁବନେଶ୍ଵର ଦେଇ କଟକ ଆସୁଥିବାରୁ CRUT ଏହି ପଦକ୍ଷେପ ନେଇଛନ୍ତି । ରାତି ୭ରୁ ୧୧ ଟା ଯାଏଁ ହେବାକୁ ଥିବା ଦିନିକିଆ ଟି୨୦ ମ୍ୟାଚ୍‌ରେ ଯାତ୍ରୀମାନେ ଏହି ସ୍ଵତନ୍ତ୍ର ମୋ ବସ୍ ସେବାର ସୁବିଧା ପାଇବେ । କୋଭିଡ଼ର ଅନେକ ଦିନ ପରେ ପ୍ରଥମ ଥର ପାଇଁ କଟକ ବାରବାଟୀରେ ମ୍ୟାଚ ଆୟୋଜିତ ହେଉଛି ।

ଏନେଇ ଅନେକ ଖେଳପ୍ରେମୀ ବାରବାଟୀ ଷ୍ଟାଡ଼ିୟମ୍‌ରେ ଲାଇଭ୍ ମ୍ୟାଚ୍ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଏହାକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ମୋ ବସ୍‌ର ଏହି ସ୍ଵତନ୍ତ୍ର ସେବା ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କଟକରେ ମୋ ବସ୍ ସେବା ଜାରି ରହିଛି । ଅନ୍ୟପଟେ ୮ ତାରିଖରେ ମଧ୍ୟ କଟକର ୪ଟି ନୂଆ ରୁଟ୍‌ରେ ମୋ ବସ୍‌ ଚାଲୁ କରାଯାଇଛି । ସାଧାରଣତଃ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଷ୍ଟାଡ଼ିୟମ୍‌ରେ କ୍ରିକେଟପ୍ରେମୀଙ୍କ ଭିଡ଼ ରହିବ । ଏନେଇ କୁଟ୍ ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଚାଲୁ କରାଯିବ ବୋଲି CRUT ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.