ETV Bharat / city

ଗୋମହିଷାଦିଙ୍କୁ ଚର୍ମବିଣ୍ଡି ରୋଗରୁ ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ - ଚର୍ମବିଣ୍ଡି ରୋଗ

ଉତ୍ତର ଭାରତର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଗୋମହିଷାଦିଙ୍କୁ ଚର୍ମବିଣ୍ଡି ରୋଗରୁ ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ

author img

By

Published : Sep 14, 2022, 1:20 PM IST

ଭୁବନେଶ୍ବର: ଉତ୍ତର ଭାରତର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା କରିବାକୁ ସିଡ଼ିଭିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ଜିଲ୍ଲାରେ ରାଜ୍ୟ ସୀମାର ୫ କିମି ପରିଧି ମଧ୍ୟରେ ଥିବା ସୀମାବର୍ତ୍ତୀ ବ୍ଲକ୍‌ ଓ ଗ୍ରାମଗୁଡ଼ିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି । ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଔଷଧ ପ୍ରୟୋଗର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ଆନ୍ତରାଜ୍ୟ ଗୋମହିଷାଦିର ପରିବହନ ଉପରେ କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗୋମହିଷାଦିର ବ୍ୟବସାୟ ଓ ପ୍ରାଣୀମେଳା, ପ୍ରଦର୍ଶନୀ ଆଦିକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋଗ ପ୍ରତିଷେଧକ ଭ୍ୟାକ୍‌ସିନ୍‌ ସଂଗ୍ରହ କରାଯାଇଛି । ଆବଶ୍ୟକ ହେଲେ ସୀମାବର୍ତ୍ତୀ ବ୍ଲକ୍‌ଗୁଡ଼ିକୁ ବଣ୍ଟନ କରାଯିବ । ଏଥି ସହିତ ପ୍ରାଣୀଚିକିତ୍ସାରେ ସଂପୃକ୍ତ ଭେଟ୍‌, ପାରାଭେଟ୍‌, ଗୋମିତ୍ର, ପ୍ରାଣୀମିତ୍ର ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଚର୍ମବିଣ୍ଡି ରୋଗ ଏବଂ ଏହାର ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୁହାଳ ଏବଂ ଗୋରୁମହିଷାଦି ରହୁଥିବା ସ୍ଥାନକୁ ନିୟମିତ ବିଶୋଧନ କରିବା ପାଇଁ କୁହାଯାଇଛି । ଯଦି କୌଣସିଠାରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ଦେଖାଯାଏ । ତେବେ ପ୍ରଭାବିତ ଗୋମହିଷାଦିଙ୍କୁ ତୁରନ୍ତ ଅନ୍ୟମାନଙ୍କଠାରୁ ପୃଥକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରଭାବିତ ପଶୁ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନିୟମିତ ପ୍ରଭାବିତ ଫାର୍ମ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସନ୍ଦେହ ହେଉଥିବା ପ୍ରାଣୀର ନମୁନା ସଂଗ୍ରହ କରି ଜିଲ୍ଲା ଡାଇଗ୍ନୋଷ୍ଟିକ୍‌ ଲାବେରୋଟୋରୀ କିମ୍ବା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚର୍ମବିଣ୍ଡି ଏକ ଭୂତାଣୁଜନିତ ସଂକ୍ରମଣ ରୋଗ, ଯାହା ମଶା, ଡାଆଁଶ ଓ ଟିଙ୍କମାନଙ୍କ ଦ୍ୱାରା ବ୍ୟାପିଥାଏ । ପ୍ରଭାବିତ ପଶୁର ଘା, ରକ୍ତ, ଲାଳ, ସିଂଘାଣି ଓ ଶୁକ୍ର ଆଦି ଦ୍ୱାରା ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପିଥାଏ । ଆକ୍ରାନ୍ତ ଗାଈଗୋରୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧିଘଟି ଜ୍ୱର ହୋଇଥାଏ ଏବଂ ସେମାନେ ଚାଲିବାରେ କଷ୍ଟ ଅନୁଭବ କରିଥା’ନ୍ତି । ମୁଣ୍ଡ, ବେକ ଓ ପହ୍ନା ଆଦିରେ ଆବୁ ବାହାରିବା ପରି ଫୁଲା ଦେଖାଯାଏ । ଆଶୁ ଚିକିତ୍ସା ଦ୍ୱାରା ଏହି ରୋଗ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ତେଣୁ କୌଣସି ଅଞ୍ଚଳରେ ଏହି ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.