ETV Bharat / city

ବିଧାନସଭା ବିବରଣୀରୁ ବାଦ୍‌ ପଡିବ ବିରୋଧୀ ଦଳ ଉପନେତାଙ୍କ ବକ୍ତବ୍ୟ ! - ଓଡିଶା ବିଧାନସଭା

ବିଧାନସଭାରେ ବାଚସ୍ପତିଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ରୁଲିଂ। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଜାତୀୟ ସ୍ତରର ଦୁଇ କଂଗ୍ରେସ ନେତାଙ୍କ ନାମ ନେଇଥିବାରୁ ଏହାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଏହା ସହ ସବୁ ବିଶ୍ବବିଦ୍ୟାଳୟର ବାର୍ଷିକ ରିପୋର୍ଟ ସହ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ମଧ୍ୟ ବାଚସ୍ପତି କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 30, 2019, 8:30 PM IST

ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ରୁଲିଂ। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଜାତୀୟ ସ୍ତରର ଦୁଇ କଂଗ୍ରେସ ନେତାଙ୍କ ନାମ ନେଇଥିବାରୁ ଏହାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଏହା ସହ ସବୁ ବିଶ୍ବବିଦ୍ୟାଳୟର ବାର୍ଷିକ ରିପୋର୍ଟ ସହ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ମଧ୍ୟ ବାଚସ୍ପତି କହିଛନ୍ତି ।

ଗତ ଦୁଇଦିନ ଧରି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ କଥାକଟାକଟି ହୋଇଥିଲେ। ଏପରିକି କଥା ଛଳରେ ବିରୋଧୀ ଦଳର ଉପନେତା ଦୁଇ ଜାତୀୟ ସ୍ତରର କଂଗ୍ରେସ ନେତାଙ୍କ ନାମ ନେଇଥିଲେ । ତେବେ ବିଧାନସଭାରେ ବାହାର ନେତାଙ୍କୁ ନେଇ ଗୃହରେ ଚର୍ଚ୍ଚା ହୋଇପାରିବ ନାହିଁ ବୋଲି ନିୟମ ରହିଥିବାରୁ ବାଚସ୍ପତି ଏହାକୁ ଅନୁଧ୍ୟାନ କରି ବିବରଣୀରୁ ବାଦ୍‌ ଦେବା ପାଇଁ ରୁଲିଂ ଦେଇଛନ୍ତି।

ସେହିପରି ରାଜ୍ୟରେ ଥିବା ସବୁ ବିଶ୍ବବିଦ୍ୟାଳୟର ବାର୍ଷିକ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ ହେବା କଥା ହେଲେ ହେଉନଥିବା କହି ଗତ 20 ତାରିଖରେ ଏହା ଉଠାଇଥିଲେ କଂଗ୍ରେସ ଦଳନେତା ନରସିଂହ ମିଶ୍ର । ତେବେ ଏହାକୁ ଅନୁଧ୍ୟାନ କରିବା ପରେ ଗୃହରେ ବାଚସ୍ପତି ରୁଲିଂ ଦେଇଛନ୍ତି। ବାର୍ଷିକ ରିପୋର୍ଟ ସହ ଅଡିଟ୍‌ ରିପୋର୍ଟ ଉପସ୍ଥାପନ କରିବାକୁ ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାଚସ୍ପତିଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରୁଲିଂ। ଗତ ଦୁଇଦିନ ଧରି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ କଥା କଟାକଟି ହୋଇଥିଲେ। ଏପରିକି କଥାଛଳରେ ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀ କଂଗ୍ରେସ ନେତା ମଣିଷଙ୍କର ଆୟର ଓ ନାଵଜ୍ୟୋତ୍ ସିଂ ସିଦ୍ଧୁଙ୍କ ଭଳି ନେତାଙ୍କ ନାମ ନେଇଥିଲେ। କିଏ ପାକିସ୍ତାନର ଏଜେଣ୍ଟ ସାଜିଛନ୍ତି ବୋଲି ପଚାରି ଥିଲେ। ଯାହାକୁ ନେଇ ଆଜି ଶୁନ୍ୟ କାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଉଠାଇ କହିଥିଲେ କି ବିଧାନସଭା ବିବାରଣୀରୁ ଏହାକୁ ବାଡ଼ ଦିଆଯାଉ। ବିଧାନସଭା ବାହାର ନେତାଙ୍କୁ ନେଇ ଗୃହରେ ଚର୍ଚ୍ଚା ହୋଇପାରିବ ନାହିଁ ବୋଲି ନିୟମ ରହିଛି। ଏହାକୁ ନେଇ ବାଚସ୍ପତି ଙ୍କ ରୁଲିଂ ଦାବି କରିଥିଲେ। ଶେଷରେ ଅନୁଧ୍ୟାନ କରି ଏହାକୁ ବିବାରଣୀରୁ ବାଡ଼ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।
Body:ସେହିପରି ରାଜ୍ୟରେ ଥିବା ସବୁ ବିଶ୍ୱବିଦ୍ୟାଳୟର ବାର୍ଷିକ ଅ ଡି ଟ ରିପୋର୍ଟ ଗୃହରେ ଉପସ୍ଥାପନ ହେବା କଥା ହେଲେ ହେଉନଥିବା କହି ଗତ 20 ତାରିଖରେ ଏହା ଉଠାଇଥିଲେ ନରସିଂହ। ଏହାକୁ ଅନୁଧ୍ୟାନ କରିବା ପରେ ଗୃହରେ ବାଚସ୍ପତି ରୁଲିଂ ଦେଇଛନ୍ତି। ବାର୍ଷିକ ରିପୋର୍ଟ ସହ ଅଡି ତ ରିପୋର୍ଟ ଉପସ୍ଥାପନ କରିବାକୁ ସେ କହିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.