ETV Bharat / city

ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର - mla quarters eviction

ଖୁବଶୀଘ୍ର ଭଙ୍ଗା ହେବ ଏମଏଲଏ କଲୋନୀ। ଯେଉଁ ବିଧାୟକ ମାନେ କ୍ବାର୍ଟର ଛାଡିନାହାଁନ୍ତି ସେମାନେ ଦୁଇ ତିନି ଦିନ ଭିତରେ ଛାଡିଦେବେ । ପରେ ଏକା ସାଙ୍ଗରେ ଏହି କଲୋନୀ ଭଙ୍ଗାଯିବ । ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

mla quarters
‘ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର’
author img

By

Published : Dec 31, 2019, 11:36 PM IST

ଭୁବନେଶ୍ବର: ଖୁବଶୀଘ୍ର ଭଙ୍ଗା ହେବ ଏମଏଲଏ କଲୋନୀ। ଯେଉଁ ବିଧାୟକ ମାନେ କ୍ବାର୍ଟର ଛାଡିନାହାଁନ୍ତି ସେମାନେ ଦୁଇ ତିନି ଦିନ ଭିତରେ ଛାଡିଦେବେ । ପରେ ଏକା ସାଙ୍ଗରେ ଏହି କଲୋନୀ ଭଙ୍ଗାଯିବ । ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

‘ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର’

ଏହାସହ ବିଧାୟକଙ୍କ ପାଇଁ ବହୁତଳ ପ୍ରସାଦ ନିର୍ମାଣ ପାଇଁ ବଜେଟରେ ଅର୍ଥର ପ୍ରବଧାନ କରାଯାଇଛି। ନିକଟରେ ରାଜ୍ୟର ଇଞ୍ଜିନିୟର ମାନେ ଦିଲ୍ଲୀ ଯାଇ ସାଂସଦ ମାନଙ୍କ ପାଇଁ ନିର୍ମିତ ବହୁତଳ ପ୍ରସାଦ ଦେଖି ଫେରିଛନ୍ତି। ଆଗକୁ କ୍ବାଟର୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଦଶ ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁ ତଳ ପ୍ରସାଦ ନିର୍ମାଣ ପାଇଁ ପ୍ରସ୍ତାବ ହେବା ପରେ ପୂର୍ତ୍ତ ବିଭାଗ ବିଧାୟକଙ୍କ କ୍ବାର୍ଟର ଭାଙ୍ଗିଥିଲା । ମାତ୍ର ଦୁଇଟି ବିଧାୟକଙ୍କ କ୍ବାର୍ଟର ଭାଙ୍ଗି ଆଉ ଭାଙ୍ଗି ନଥିଲା ପୂର୍ତ୍ତ ବିଭାଗ । ତେବେ ଏହା ଏକା ସାଙ୍ଗରେ ଭଙ୍ଗାଯିବ ବୋଲି ଜଣାପଡିଛି ।

ସୂଚନାଥାଉକି, ବିଧାୟକଙ୍କ ପାଇଁ 10 ମହଲା ବିଶିଷ୍ଟ ବହୁତଳ ପ୍ରସାଦ ନିର୍ମାଣ କରାଯିବ। ଏହି ଅତ୍ୟାଧୁନିକ କୋଠାରେ ଉଦ୍ୟାନ, ବ୍ୟାୟାମଶାଳା, ଗାଡି ପାର୍କିଂ, ସୁଇମିଙ୍ଗ ପୁଲ, ଆପାତକାଳୀନ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ, ପାଠାଗାର ଆଦି ବ୍ୟବସ୍ଥା ମଧ୍ୟ ରହିବ। ଭଙ୍ଗା ହେବାକୁ ଥିବା 42ଟି କ୍ବାଟର୍ସ ମଧ୍ୟରୁ ବର୍ତ୍ତମାନ 21 ଟି କ୍ବାଟର୍ସ ଖାଲି ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ୱାଟର୍ସ।

Body:ଖୁବଶୀଘ୍ର ଭଙ୍ଗା ହେବ ଏମଏଲଏ କଲୋନୀ।ସରକାରୀ ନିୟମ ଧର୍ମକୁ ଆଖିଠାର ସଦୃଶ।ଦଶ ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁ ତଳ ପ୍ରସାଦ ନିର୍ମାଣ ପାଇଁ ଵିଧାୟକ କ୍ୱାଟର୍ସ ଭଙ୍ଗା କାର୍ଯ୍ୟ ଏକ ଭେଳିକି।ଲୋକଦେଖାଣିଆ ଭାବେ ପୂର୍ତ୍ତ ବିଭାଗ ଦ୍ଵାରା ଦୁଇଟି ବିଧାୟକ କ୍ୱାଟର୍ସ ଭଙ୍ଗା ହେଲା,ତାପରେ ପୁଣି ସୋଇପଡିଛି ପୂର୍ତ୍ତ ବିଭାଗ।ବାଚସ୍ପତିଙ୍କ ନିର୍ଦେଶକୁ ବି ଫୁ।ସେପଟେ ଏପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ ଅନ୍ୟତ୍ର କ୍ୱାର୍ଟର ପାଇନଥିବାରୁ ପୁରୁଣା କ୍ୱାଟର ଛାଡିପାରୁନାହାନ୍ତି।ବାଚସ୍ପତିଙ୍କ ନିର୍ଦ୍ଧେଶ କୁ କେହି ମାନୁନାହାନ୍ତି।ହେଲେ ବାଚସ୍ପତି ଖୁବଶୀଘ୍ର କ୍ୱାଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ଲୋକଦେଖାଣିଆ ଭାବେ ବୁଲଡୋଜର ସହାୟତାରେ ଭଙ୍ଗାକାର୍ଯ୍ୟ ସାମୟିକ ସ୍ଥଗିତ ରହିଛି।ବାଚସ୍ପତି ବିଧାୟକ,ମନ୍ତ୍ରୀ ମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତତରିତ ହେବା ପାଇଁ ନିର୍ଦେଶ ଦେଲା ପରେ ବି କାମ ଦେଉନି ନିର୍ଦେଶନାମା।ବିଧାନସଭା ସମ୍ମୁଖରେ ଦୁଇଟି କ୍ୱାଟର୍ସ ଭାଙ୍ଗି ଦେଇ ଚୁପ ବସିଛି ପୂର୍ତ୍ତ ବିଭାଗ।

ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାଟ୍ରୋ ଙ୍କ ସୂଚନା ଅନୁସାରେ ଏମ ଏଲ ଏ କଲୋନୀରେ ବହୁତଳ ପ୍ରସାଦ ନିର୍ମାଣ ପାଇଁ ବଜେଟରେ ଅର୍ଥର ପ୍ରବଧାନ କରାଯାଇଛି।ନିକଟରେ ରାଜ୍ୟର ଇଞ୍ଜିନିୟର ମାନେ ଦିଲ୍ଲୀ ଯାଇ ସାଂସଦ ମାନଙ୍କ ପାଇଁ ନିର୍ମିତ ବହୁତଳ ପ୍ରସାଦ ଦେଖି ଫେରିଛନ୍ତି।ଆଗକୁ କ୍ୱାଟର୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।ସାଧାରଣ ପ୍ରଶାସନ ଵିଵଗଗ ପକ୍ଷରୁ ବିଧାୟକ ,ମନ୍ତ୍ରୀ ମାନଙ୍କୁ ଦିଆଯାଇଥିବା କ୍ୱାଟର୍ସ ମରାମତି ଚାଲିଛି ,ଖୁବଶୀଘ୍ର ସେମାନେ ଅନ୍ୟତ୍ର ସ୍ଥାନାନ୍ତରିତ ହେବେ ।

ଏହି ସ୍ଥାନରେ ୧୦ ମହଲା ବିଶିଷ୍ଟ ବହୁତଳ ପ୍ରସାଦ ନିର୍ମାଣ କରାଯିବ।ଅତ୍ୟାଧୁନିକ କୋଠାରେ ଉଦ୍ୟାନ ,ବ୍ୟାୟାମଶାଳା,ଗାଡି ପାର୍କିଂଗ ସୁଇମିଙ୍ଗ ପୁଲ, ଆପାତକାଳୀନ ଚିକିତ୍ସା କେନ୍ଦ୍ର,ଆମ୍ବୁଲାନ୍ସ ,ପାଠାଗାର ଆଦି ବ୍ୟବସ୍ଥା ମଧ୍ୟ ରହିବ।ଭଙ୍ଗା ହେବାକୁ ଥିବା ୪୨ଟି କ୍ୱାଟର୍ସ ମଧ୍ୟରୁ ବର୍ତ୍ତମାନ ୨୧ ଟି କ୍ୱାଟର୍ସ ଖାଲି ହୋଇଛି।ତଥାପି କୋଠା ଭଙ୍ଗାକୁ ନେଇ ଦ୍ଵନ୍ଦ ଉପୁଜିଛି ବୋଲି ସାଧାରଣ ରେ ଅନେକ ଚର୍ଚ୍ଚା।

ଏଠାରେ ନିର୍ମିତ ହେବାକୁ ଥିବା ବହୁତଳ ପ୍ରସାଦରେ ବିଧାୟକ ଙ୍କ ପାଇଁ ୭୨ ଡି -ଟାଇପ କ୍ୱାଟର୍ସ ରହିବ।ପୁରୁଣା ବିଧାୟକ ଓ ମନ୍ତ୍ରୀଙ୍କୁ ସାଧାରଣ ପ୍ରଶାସନ ବିଭାଗ କ୍ୱାଟର୍ସ ଦିଆଯିବ ବୋଲି ନିର୍ଦେଶ ରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.