ETV Bharat / city

ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - bishnu sethi passes away

ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

author img

By

Published : Sep 19, 2022, 12:24 PM IST

Updated : Sep 19, 2022, 1:44 PM IST

ଭୁବନେଶ୍ବର: ଆଉ ନାହାନ୍ତି ବିଧାୟକ ତଥା ବିଜେପି ଟାଣୁଆ ନେତା ବିଷ୍ଣୁ ସେଠୀ । ୬୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଏକ ଶୋକ ବାର୍ତ୍ତାରେ ବାଚସ୍ପତି ଆରୁଖ କହିଛନ୍ତି ଯେ, "ଜଣେ ସ୍ପଷ୍ଟବାଦୀ ତଥା ଲୋକପ୍ରିୟ ରାଜ ନେତା ଭାବେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସେ ପ୍ରିୟଭାଜନ ଥିଲେ ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ଓଡିଶା ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି । ସ୍ଵର୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ।"

ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ୬୧ ବର୍ଷ ବୟସରେ ଆମକୁ ଛାଡି ଚାଲିଗଲେ । ସେ ଜଣ ସରଳ ନମ୍ର ବ୍ୟକ୍ତିତ୍ବର ବିଧାୟକ । ଆଜି ଜଣେ ବହୁତ ଭଲ ବିଧାୟକଙ୍କୁ ଆମେ ହରାଇଛୁ । ବିଧାନସଭାରେ ଲୋକଙ୍କ ସମସ୍ୟାକୁ ସେ ବହୁତ ଭଲ ଭାବେ ଉଠାନ୍ତି । ରାଜ୍ୟର ବିକାଶକୁ କଥା କୁହନ୍ତି ଆଇନ ଶୃଙ୍ଖଳା ଉପରେ କୁହନ୍ତି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଏହା ବି ପଢନ୍ତୁ...ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ବିଧାୟକ ଥିବାରୁ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର ପ୍ରଥମେ ବିଧାନସଭା ନିଆଯିବ । ସେଠାରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ନେତା ମନ୍ତ୍ରୀ । ଏହାପରେ ପାର୍ଥୀବ ଶରୀରକୁ ବିଜେପି ପାର୍ଟି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳର ବରିଷ୍ଠ ନେତା ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିବା ଧାମନଗର ବିଧାୟକ ମାସେ ହେବ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଓଡିଶା ବିଧାନସଭାକୁ ସେ ୨ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଜଣେ ଲେଖକ ଓ କବି ଭାବେ ମଧ୍ୟ ସେ ବେଶ ଜଣାଶୁଣା ଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 19, 2022, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.