ETV Bharat / city

ଅନ୍ଧବିଶ୍ୱାସ ଅନ୍ଧ ଗଳିରେ ମଣିଷ; ସାପ କାମୁଡିଥିବା ରୋଗୀଙ୍କୁ ମଂତୁରା ପାଣି ଢାଳିଲେ ପୂଜକ

author img

By

Published : Jul 17, 2021, 11:02 PM IST

ସପକାମୁଡ଼ା ରୋଗୀକୁ ଡାକ୍ତରୀ ଚିକିତ୍ସା ଦେବା ବଦଳରେ ଗୁଣି ଗାରେଡି ଶରଣରେ ପଶୁଛି ମଣିଷ । ସପ କାମୁଡ଼ା ଖାଇଥିବା ରୋଗୀକୁ ଡାକ୍ତରଖାନା ଆଣିବା ବଦଳରେ ମନ୍ଦିର ପୂଜକର ମଂତୁରା ପାଣି ଚିକିତ୍ସାର ସହାରା ନେଉଛନ୍ତି ପରିବାର ଲୋକ । ଅଧିକ ପଢନ୍ତୁ...

ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ; ସାପ କାମୁଡିବା ରୋଗୀଙ୍କୁ ମଂତୁରା ପାଣି ଢାଳିଲେ ପୂଜକ

ଭୁବନେଶ୍ବର: ସଚେତନ କଲେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବହାରିପାରୁନି ମଣିଷ । ସପକାମୁଡ଼ା ରୋଗୀକୁ ଡାକ୍ତରୀ ଚିକିତ୍ସା ଦେବା ବଦଳରେ ଗୁଣି ଗାରେଡି ସରଣରେ ପଶୁଛି ମଣିଷ । ସପ କାମୁଡ଼ା ଖାଇଥିବା ରୋଗୀକୁ ଡାକ୍ତରଖାନା ଆଣିବା ବଦଳରେ ମନ୍ଦିର ପୂଜକର ମଂତୁରା ପାଣି ଚିକିତ୍ସାର ସହାରା ନେଉଛନ୍ତି ପରିବାର ଲୋକ । ଏହା କୌଣସି ଉପାନ୍ତ ଇଲାକର ଘଟଣା ନୁହେଁ, ଶିକ୍ଷା ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲାର କଥା ।

ଖୋର୍ଦ୍ଧା ଜିଲ୍ଲା ବଣିଆ ଟାଙ୍ଗୀର ଲିପୁ ନାୟକଙ୍କୁ ତମ୍ପ ସାପ କାମୁଡ଼ିଥିଲା । ମାଛ ଧରିବାକୁ ଯିବାବେଳେ ଏକ ବିଷାକ୍ତ ତମ୍ପ ସାପ 18 ବର୍ଷୀୟ ଲିପୁଙ୍କୁ କାମୁଡ଼ି ଥିଲା । ଲିପୁଙ୍କ ଡାହାଣ ଗୋଡ଼ର ଗୋଇଠି ଉପରକୁ କାମୁଡି ଥିଲା ସାପ । ଏ ବାବଦରେ ଜାଣିବା ପରେ ଲିପୁଙ୍କ ପରିବାର ଲୋକ ଡାକ୍ତରୀ ଚିକିତ୍ସା ଦେବା ବଦଳରେ ଗୁଣି ଗାରେଡି ଶରଣରେ ପଶିଥିଲେ । ନିକଟସ୍ଥ ଗାଁରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ ଲିପୁଙ୍କୁ ନେଇଥିଲେ ପରିବାର ଲୋକ । ସେଠାରେ ମନ୍ଦିର ପୂଜାରୀ ଲିପୁଙ୍କୁ ଝଡା ଫୁଙ୍କା କଲେ । ମନ୍ଦିର କୂଅରୁ ପାଣି କାଢି ମନ୍ତୁରାଇ ଲିପୁଙ୍କ ମୁଣ୍ଡରେ ଢାଳିଥିଲେ । ଲିପୁଙ୍କୁ ଶୀତ ଆସିବା ପରେ ପୂଜାରୀ ତାଙ୍କୁ ଘରକୁ ନେଇ ଯିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ ।
କିନ୍ତୁ ଘରକୁ ଯିବା ପରେ ଲିପୁଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡିବାରେ ଲାଗିଲା । ଡାହାଣ ଗୋଡ଼ଟି ଭୟଙ୍କର ଭାବରେ ଫୁଲିବାକୁ ଲାଗିଲା । ପରେ ଲିପୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଲିପୁଙ୍କୁ 20 ଭାଏଲ ଆଣ୍ଟି ସ୍ନେକ ଭେନମ ଇଂଜେକସନ ଦିଆ ସରିଲାଣି । ଲିପୁ ଏବେ ଧୀରେ ଧୀରେ ବିପଦ ମୁକ୍ତ ହେବାକୁ ଲାଗିଲେଣି ।

ଏପଟେ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଫୋରେନସିକ ମେଡ଼ିସିନ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ । ଡାକ୍ତର କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବାଧିକ ଉନ୍ନତ । ସହର ଉପକଣ୍ଠରେ ସାପ କାମୁଡ଼ା ରୋଗୀକୁ ମନ୍ଦିର ନେଇ ପାଣି ଢାଳିବା ଘଟଣା ପ୍ରମାଣିତ କରୁଛି ଯେ, ଲୋକଙ୍କ ପାଖରେ ସଚେତନତାର ନିଶ୍ଚୟ ଅଭାବ ରହିଛି । ଆଣ୍ଟି ଭେନମ ଏବଂ ଅନ୍ୟାନ୍ୟ ଔଷଧ ମଧ୍ୟ ମାଗଣାରେ ଦେବା ପରେ ମଧ୍ୟ ଏପ୍ରକାର କାର୍ଯ୍ୟ ବନ୍ଦ ନହେବା ପରିତାପର ବିଷୟ ନିଶ୍ଚୟ" ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, "ସଚେତନତା ଅଭାବରୁ ଲୋକେ ଗୁଣି ଗାରେଡି ବା ଝଡା ଫୁଙ୍କା ସରଣ ନେଉଛନ୍ତି କହିବା ଠିକ ନୁହେଁ । ବରଂ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହା ହେଉଛି । ଗତବର୍ଷ ଢେଙ୍କାନାଳ ଜିଲ୍ଲାରେ ସାପ କାମୁଡା ପରେ ଏସିଡ ଲଗେଇ ଲୋକଙ୍କର ଶରୀରକୁ ପୋଡି ଦେଉଥିବା ଗୁଣିଆର କାରନାମା ପର୍ଦ୍ଦାଫାଶ ହୋଇଥିଲା । ସେତେବେଳେ ଯଦି ସେଇ ଗୁଣିଆଙ୍କୁ ଜେଲ ପଠାଯାଇଥାନ୍ତା, ତାହେଲେ ଆଜି ଖୋର୍ଦ୍ଧାରେ ବଣିଆଟାଙ୍ଗିର ମନ୍ଦିରରେ ଏଭଳି କାମ କରିବାକୁ ଲୋକେ ଡରିଥାନ୍ତେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.