ETV Bharat / city

ଫିଲ୍ମ ଷ୍ଟାଇଲରେ ସର୍ବସାଧାରଣରେ ମର୍ଡର, ରାଜଧାନୀରେ ବାପା ସାମ୍ନାରେ ପୁଅକୁ ନିର୍ମମ ହତ୍ଯା - bhubaneswar news

ବାପା ସାମ୍ନାରେ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫିଲ୍ମ ଷ୍ଟାଇଲରେ ବାପା ଦେଖୁଥିଲା ପୁଅ ହତ୍ୟାକାରୀଙ୍କ ଚିତ୍ର। ଭୟଙ୍କର ବେଶରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ କରିଚାଲିଥିଲେ ମର୍ଡର।

ଫିଲ୍ମ ଷ୍ଟାଇଲରେ ସର୍ବସାଧାରଣରେ ମର୍ଡର
ଫିଲ୍ମ ଷ୍ଟାଇଲରେ ସର୍ବସାଧାରଣରେ ମର୍ଡର
author img

By

Published : Jun 8, 2021, 9:42 AM IST

ଭୁବନେଶ୍ବର : ବାପା ସାମ୍ନାରେ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫିଲ୍ମ ଷ୍ଟାଇଲରେ ବାପା ଦେଖୁଥିଲା ପୁଅ ହତ୍ୟାକାରୀଙ୍କ ଚିତ୍ର। ଭୟଙ୍କର ବେଶରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ କରି ଚାଲିଥିଲେ ମର୍ଡର। ରାଜଧାନୀର ଅନ୍ଧାର ରାତିରେ ଘଟିଛି ଏମିତି ଘଟଣା । ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ରବିନ୍ଦ୍ର ସାହୁଙ୍କ ଘର ସାମ୍ନାରେ ଘଟିଛି ଏହି ଘଟଣା।

ରବିନ୍ଦ୍ରଙ୍କ ଉପସ୍ଥିତିରେ ଘରୁ ଡାକି ଆଣି କିଛି ଦୁର୍ବୃତ୍ତ କରିଥିଲେ କାର୍ତ୍ତିକ ସାହୁଙ୍କ ହତ୍ୟା। ଏପରିକି ପରିବାର ଲୋକେ କାକୁତି ମିନତି ହୋଇ ଡାକ ପକାଉଥିଲେ ମଧ୍ୟ କେହି ବାହାରୁନଥିଲେ । ଘରୁ କେହି ସାହାସ କରୁନଥିଲେ କି ଦୁର୍ବୃତ୍ତ କବଳରୁ କାର୍ତ୍ତିକଙ୍କୁ ବଞ୍ଚାଇ ପାରିନଥିଲେ । ଶେଷରେ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲ ନେଇଯାଇଥିଲେ ବାପା।

ପ୍ରଥମେ ସ୍ଥାନୀୟ ହସ୍ପିଟାଲ ପରେ କଟକ ବଡ ମେଡିକାଲ ନେବା ବେଳେ ବାଟରେ କାର୍ତ୍ତିକ ପ୍ରାଣ ହରାଇଥିଲେ । ରାଜଧାନୀରେ ଏବେ ଅପରାଧିଙ୍କ ଏପରି ଉତ୍ପାତ ସହରବାସୀଙ୍କୁ ବ୍ୟଥିତ କରିଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.