ETV Bharat / city

ବାତ୍ୟା ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ - ପୂର୍ବତଟ ରେଳପଥ

ସାମୁଦ୍ରିକ ଝଡ ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ । ପଢନ୍ତୁ ଅଧିକ....

ବାତ୍ୟା ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

author img

By

Published : Nov 24, 2020, 3:58 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ । ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯିବା ସହ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।

ବାତ୍ୟା ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ
ବାତ୍ୟା ‘ନିଭାର’ ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

24 ନଭେମ୍ବରରେ ଭୁବନେଶ୍ବରରୁ ଛାଡିବାକୁ ଥିବା ଭୁବନେଶ୍ବର-ପଣ୍ଡିଚେରୀ ସ୍ପେଶାଲ ପଣ୍ଡିଚେରି ପରିବର୍ତ୍ତେ ଚେନ୍ନାଇ ପର୍ଯ୍ୟନ୍ତ ଯାତ୍ରା କରିବ । ପଣ୍ଡିଚେରୀ-ଭୁବନେଶ୍ବର ସ୍ପେସିଆଲ (02897) 25 ନଭେମ୍ବରରେ ପଣ୍ଡିଚେରୀ ପରିବର୍ତ୍ତେ ଚେନ୍ନାଇ ଏଗମୋରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା କରିବ । ସେହିପରି ପଣ୍ଡିଚେରୀ ଏବଂ ଚେନ୍ନାଇ ଏଗମୋର ମଧ୍ୟରେ ଟ୍ରେନ ବାତିଲ ରହିବ ।

25 ତାରିଖରେ ପଣ୍ଡିଚେରୀରୁ ହାୱାଡା ଅଭିମୁଖେ ଯାତ୍ରା ଆରମ୍ଭ କରୁବାକୁ ଥିବା ସ୍ପେଶାଲ ଟ୍ରେନ ପଣ୍ଡିଚେରୀ ପରିବର୍ତ୍ତେ ତାମିଲନାଡୁର ଭିଲୁପୁରମରୁ ବାହାରିବ । ବାତ୍ୟାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସହରରୁ ପଣ୍ଡିଚେରୀକୁ ଯାତ୍ରା କରୁଥିବା ସବୁ ଟ୍ରେନ ଗୁଡିକୁ ବାତିଲ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.