ETV Bharat / city

AIIMS Bhubaneswar ଛାତ୍ରଛାତ୍ରୀଙ୍କୁ ICMR ସ୍ନାତକୋତ୍ତର ଗବେଷଣା ବୃତ୍ତି ପ୍ରଦାନ

ସର୍ବଭାରତୀୟ ସ୍ତରରେ ଏମ୍ସ ଭୁବନେଶ୍ୱରର(AIIMS Bhubaneswar) 9 ଛାତ୍ରଛାତ୍ରୀଙ୍କୁ ମିଳିଲା ସମ୍ମାନଜନକ ICMR ସ୍ନାତକୋତ୍ତର ଥେସିସ ବୃତ୍ତି । ଅଧିକ ପଢନ୍ତୁ

author img

By

Published : Apr 8, 2022, 10:37 PM IST

AIIMS Bhubaneswar ୬ ଛାତ୍ରଛାତ୍ରୀଙ୍କୁ ICMR ସ୍ନାତକୋତ୍ତର ଗବେଷଣା ବୃତ୍ତି ପ୍ରଦାନ

ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ଏମ୍ସ ଭୁବନେଶ୍ୱରର(AIIMS Bhubaneswar) ଗୌରବ ବୃଦ୍ଧି । ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ICMR ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି । ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ ଏହି ମର୍ଯ୍ୟାଦାଜନକ ବୃତ୍ତି ପାଇଛନ୍ତି ।

ଅସ୍ଥିଶଲ୍ୟ ବିଭାଗରୁ ଡ. ରାଘବେନ୍ଦ୍ର ଭି ବାଲାଗୋଡ଼, ମାଇକ୍ରୋବାୟୋଲୋଜିରୁ ଡ. ପ୍ରୀତିକା ଗେହଲଟ, ବାୟୋକେମିଷ୍ଟ୍ରି ବିଭାଗର ଡ. ସୁନକୋଜି ଶ୍ରୁଜନ, ଅଞ୍ଜୁ ଅଶୋକ ଏକେ, ଭାରତ କୁମାର କୋପିସେଟ୍ଟି ଏବଂ ଡ. ଆଲିଆ ତହସିନ, ସିଏମଏଫଏମରୁ ଡ. ଶ୍ରୀଜାନି ମଣ୍ଡଳ, ଫାର୍ମାକୋଲୋଜି ବିଭାଗର ଡ. ଗୋବିନ୍ଦ ମିଶ୍ର ଏବଂ ଡ. ଶମ୍ପା ମାଜି ପ୍ରମୁଖଙ୍କୁ ଏହି ସମ୍ମାନଜନକ ଗବେଷଣା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏମ୍ସ ଭୁବନେଶ୍ୱରର ଡ. ସୁଜିତ କୁମାର ତ୍ରିପାଠୀ, ଡ. ବିନୟ କୁମାର ହାଲୁର, ଡ. ସୁଚନ୍ଦ ସାହୁ, ଡ. ଗୌତମ କୁମାର ସାହାରିଆ, ଡ. ପ୍ରକୃତି ଦାଶ, ଡ. ସୁଚିତ୍ରା କୁମାରୀ, ଡ. ପ୍ରିୟମାଧବ ବେହେରା, ଡ. ଦେବାଶିଷ ହୋତା ଏବଂ ଡ. ଋତୁପର୍ଣ୍ଣା ମାଇତି ପ୍ରମୁଖ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗାଇଡ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତି ୬ ମାସରେ ୪୫ ମେଡିକାଲ ଏବଂ ୫-୬ ଡେଣ୍ଟାଲ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏହି ଗବେଷଣା ବୃତ୍ତି ପ୍ରଦାନ କରାଯାଇଥାଏ । ଦେଶର ବିଭିନ୍ନ ମେଡିକାଲ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଏନେଇ ଆବେଦନ କରିଥାଆନ୍ତି । ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡକ୍ଟର ଏସଏନ ମହାନ୍ତି ଏବଂ ଅନ୍ୟମାନେ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଗାଇଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.