ETV Bharat / city

ଆତ୍ମହତ୍ୟା ନୁହେଁ, ଆଦିତ୍ୟଙ୍କ ହୋଇଛି ହତ୍ୟା ! ଦଫା ୩୦୨, ୩୪ ରୁଜୁ, ଖୁବଶୀଘ୍ର ଗିରଫଦାରୀ

ଆସିଲା ସମାଜସେବୀ 'ମାନବପ୍ରେମୀ' ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ସେପଟେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଦର୍ଶାଇ ଅର୍ଥାତ୍ ଅପମୃତ୍ୟୁରୁ ହତ୍ୟା ମାମଲାକୁ ମୋଡ଼ ବଦଳାଇଛି ଜିଆରପି ପୋଲିସ । ଅଧିକ ପଢନ୍ତୁ...

Social activist Aditya Das dies: GRP files murder case
ଆତ୍ମହତ୍ୟା ନୁହେଁ, ଆଦିତ୍ୟଙ୍କୁ ହୋଇଛି ହତ୍ୟା ! ଦଫା ୩୦୨,୩୪ ରୁଜୁ, ଖୁବଶୀଘ୍ର ଗିରଫଦାରୀ
author img

By

Published : Jul 9, 2020, 3:24 PM IST

Updated : Jul 9, 2020, 5:43 PM IST

ଭୁବନେଶ୍ବର: ଆସିଲା ସମାଜସେବୀ 'ମାନବପ୍ରେମୀ' ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଟ୍ରେନ ଲାଇନରେ ମୁଣ୍ଡ ମାଡ ହୋଇ ହେଉ ଅବା ଅନ୍ୟ କୌଣସି କାରଣ, କିନ୍ତୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ ନେଇଛି । ସେପଟେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କୁହାଯାଇଛି । ଅର୍ଥାତ ଅପମୃତ୍ୟୁରୁ ହତ୍ୟା ମାମଲାକୁ ମୋଡ଼ ବଦଳାଇଛି ଜିଆରପି ପୋଲିସ ।

ପିପୁଲ ଫର ସେବାଶ୍ରମର ବୃଦ୍ଧଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ୩୦୨ ଓ ୩୪ ଆଇପିସିରେ କେସ ତଦନ୍ତ କରୁଛି ଜିଆରପି । ଅନ୍ୟପଟେ ଆଦିତ୍ୟଙ୍କ ଭଉଣୀ ଓ ମା' ସମାନ କଥା କହିଥିବା ବେଳେ ଘଟଣାର ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି । ଭଉଣୀ ବିଜୟଲକ୍ଷ୍ମୀଙ୍କ କହିବାନୁସାରେ ଭାଇ ଓ ଭାଉଜଙ୍କ ମଧ୍ୟରେ ୬ ତାରିଖରେ କଣ ହୋଇଥିଲା ଯେଉଁ କାରଣରୁ ସନ୍ଧ୍ୟାରେ ପ୍ରଥମେ ଭାଉଜ ଓ ପରେ ଭାଇ ବିନା ମୋବାଇଲ ନେଇ ଘରୁ ବାହାରି ଯାଇଥିଲେ । ହେଲେ ଭାଉଜ ରାତି ୧୧ଟା ବେଳକୁ ଏକ ଭିଡ଼ିଓ କଲରେ ସେ ଭୁବନେଶ୍ବର ରେଳ ଷ୍ଟେସନରେ ଥିବା କହିଥିଲେ । ତା' ପରଠୁ ନା ଭାଉଜଙ୍କ ସହ ନା ଭାଇଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । କି ସେଦିନ ରାତିରେ ଉଭୟ ଘରକୁ କିମ୍ବା ଆଶ୍ରମକୁ ଫେରିନଥିଲେ । ଯାହା ତାଙ୍କ ଭାଇଙ୍କ ମୃତ୍ୟୁକୁ ଏକ ସନ୍ଦେହଜନକ ମୋଡ଼ ନେଉଛି ବୋଲି ସେ କହିଛନ୍ତି ।

ତେବେ ବାସ୍ତବରେ ସେ ସମୟ ମଧ୍ୟରେ ଏମିତି କଣ ହୋଇଥିଲା । କଣ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପତ୍ନୀଙ୍କ ଚାକିରୀକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଭୀଷଣ ମୋଡ଼ ନେବା ପରେ କିଛି ଅଘଟଣ ଘଟିଥିଲା । ନା ଏହା ଭିତରେ ପତି-ପତ୍ନୀ ଝଗଡାର ମୌକାରେ ଆଉ କେହି ଆଦିତ୍ୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲା । ଫାଉଣ୍ଡେସନର ଟଙ୍କା କାରବାରକୁ ନେଇ ଅନେକ ଅଭିଯୋଗ ରହିଥିଲା । ଯାହାର ମୌକାରେ ଛକା ମାରି ଏଭଳି କାଣ୍ଡ କିଏ ଭିଆଇଛି । ଯାହା ଆଦିତ୍ୟଙ୍କ ଘରୁ ବାହାରି ଯିବା ପରେ ଅନେକ ସନ୍ଦେହ ସୃଷ୍ଟି କରିଛି । ଯାହାକୁ ଆଧାର କରି ଆଦିତ୍ୟଙ୍କ ଘର ବାହାରଠୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭି ଫୁଟେଜ ସହ ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି ଜିଆରପି ପୋଲିସ ।

ସେପଟେ ପତ୍ନୀ କହିଛନ୍ତି ଯେ, ତାଙ୍କୁ ସେ ଭଲ ପାଉଥିଲେ ଉଭୟଙ୍କ ମଧ୍ୟରେ କୌଣସି ମତାନ୍ତର ନଥିଲା । ହୁଏତ କେହି ତାଙ୍କର ଫାଉଣ୍ଡେସନ ଅଥବା ମଦ ବିରୋଧୀ ଅଭିଯାନ ନଚେତ ତାଙ୍କୁ କେହି ଗୁଣି କରୁଥିବା ଏପରି ଅନେକ ପ୍ରକାର ମତ ରଖିଛନ୍ତି । ସେପଟେ ଆଦିତ୍ୟଙ୍କ ମୃତ୍ୟୁକୁ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପଚରାଉଚରା ଚଳାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 9, 2020, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.