ETV Bharat / city

ଗ୍ରହଣ ଖଣ୍ଡିଆ ଶିଶୁଙ୍କ ମୁହଁରେ ହସ ଫୁଟାଉଛି ସ୍ମାଇଲ ଇଣ୍ଡିଆ

author img

By

Published : Aug 17, 2019, 7:28 PM IST

ରାଜଧାନୀରେ ସ୍ମାଇଲ ଟ୍ରେନ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟକ ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ଅନେକ ଗ୍ରହଣ ଖଣ୍ଡିଆ ଶିଶୁ ଅଛନ୍ତି । ଆଉ ସେମାନଙ୍କ ଗ୍ରହଣ ଖଣ୍ଡିଆକୁ ସୁନ୍ଦର କରିବା ସହ ସେମାନଙ୍କ ଓଠରେ ହସ ଫୁଟାଇବାକୁ ଆଗେଇ ଆସିଛି ସ୍ମାଇଲ ଟ୍ରେନ ଇଣ୍ଡିଆ । ଏପରିକି ଏହି ଅନୁଷ୍ଠାନ ଦେଶର କୋଣ ଅନୁକୋଣରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ରାଜଧାନୀ ଗୀତଗୋବିନ୍ଦ ଭବନରେ ଅନୁଷ୍ଠାନ ପକ୍ଷରୁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଲୀଳା ଇମାନ ଯୋଗ ଦେଇ କହିଛନ୍ତି, ଆଜି ବି ଭାରତରେ ଗ୍ରହଣ ଖଣ୍ଡିଆ ଶିଶୁ ମାନଙ୍କର ଚିକିତ୍ସା କରିବାରେ ବିଳମ୍ବ କରାଯାଉଛି । ଏପରିକି ଏ ବିଷୟରେ ଲୋକଙ୍କୁ ସଚେତନ କରାଇବା ସତ୍ତ୍ବେ ମଧ୍ୟ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କର ଚିକିତ୍ସା କରାଇ ପାରୁ ନାହାଁନ୍ତି। ଏଥିସହ ଅନେକ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶିଶୁ ମାନଙ୍କୁ ଚିକିତ୍ସା କରାଇ ପାରୁ ନାହାଁନ୍ତି । ତେଣୁ ଅନୁଷ୍ଠାନ ପକ୍ଷରୁ ଏହି ଶିଶୁ ମାନଙ୍କ ମାଗଣାରେ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର 20 ହଜାର ଶିଶୁଙ୍କ ଚିକିତ୍ସା କରାଯାଇଥିବା ସେ କହିଛନ୍ତି । ଏହି ଅବସରରେ କଳାକାରମାନଙ୍କ ଦ୍ବାରା ଗ୍ରହଣ ଖଣ୍ଡିଆ ସଚେତନତା ନିମନ୍ତେ ଏକ କ୍ଷୁଦ୍ର ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗ୍ରହଣ ଖଣ୍ଡିଆ ପିଲାଙ୍କ ବିକୃତ କପାଳ ଓ ଓଠକୁ ସୁନ୍ଦର କରିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଉଛି ସ୍ମାଇଲ ଟ୍ରେନ ଇଣ୍ଡିଆ।ଭାରତର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ଏହି ସଂସ୍ଥା ଓଡ଼ିଶାର ପ୍ରତି କୋଣ ଓ ଅନୁକୋଣରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

Body:ଭୁବନେଶ୍ୱର ଠାରେ ଏହି ଟର୍ଚ୍ଚ ର ପ୍ରଜ୍ଜ୍ୱଳନ ଅବସରରେ ଏହାର ଏହି କାର୍ଯ୍ୟକ୍ରମର ବରିଷ୍ଠ ନିର୍ଦେଶକ ଲୀଳା ଇମାନ କହିଛନ୍ତି କି ଆଜି ବି ଭାରତ ରେ ଗ୍ରହଣ ଖଣ୍ଡିଆକୁ ଭଗବାନ ଙ୍କ ଦାନ କହିବା ସହିତ ଏହାର ଚିକିତ୍ସା କରିବାରେ ଅବହେଳା କରୁଛନ୍ତି।ଏପରିକି ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏ ବିଷୟରେ ସଚେତନ କରାଇବା ସତ୍ତ୍ୱେ ମଧ୍ୟ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କର ଚିକିତ୍ସା କରାଇ ପାରୁ ନାହାନ୍ତି।କାରଣ ସେମାନେ ଆର୍ଥିକ ସ୍ତରରେ ଦୁର୍ବଳ ହୋଇଥିବା ବେଳେ ସେମାନଙ୍କୁ ଦୁର୍ଦୁରାନ୍ତର ଯାଇ ଚିକିତ୍ସା କରିବାକୁ ପଡେ।ତେଣୁ ସେମାନଙ୍କୁ ସୁବିଧା ପହଞ୍ଚାଇବା ଉଦେଶ୍ୟରେ ସ୍ମାଇଲ ଟ୍ରେନ ଇଣ୍ଡିଆ ପକ୍ଷରୁ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।ଏପରିକି ସେମାନଙ୍କ ଯିବା ଆସିବା ର ଖର୍ଚ୍ଚ ବହନ କରିବା ସହିତ ଏହି ଅପରେସନ ପାଇଁ ସମସ୍ତ ଖର୍ଚ୍ଚ ଏବଂ ଏହାର ପରବର୍ତ୍ତୀ ତଦାରଖ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଅଭିଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ମାଗଣାରେ କରାଯାଇଛି।
ଯେଉଁଥିପାଇଁ ଓଡ଼ିଶାର 6 ଟି ହସ୍ପିଲାଟ ସହିତ ସହବନ୍ଧିତ ହୋଇ ଅନୁଷ୍ଠାନ କାର୍ଯ୍ୟ କରୁଥିବା କହିଛନ୍ତି।ସେଗୁଡିକ ହେଉଛି ଅଶ୍ୱିନୀ ହସ୍ପିଟାଲ କଟକ,ଶଶିଭୂଷଣ ମେମୋରିଆଲ ହସ୍ପିଟାଲ ,ଏୟୁଏମ ହସ୍ପିଟାଲ ବାଲେଶ୍ବର,ଏମ୍ସ ଭୁବନେଶ୍ୱର ,କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର ଏବଂ ବେଲପାହାଡ଼ର ଟିଆରଏଲ କ୍ରୋସାକି ହସ୍ପିଟାଲ।ଯାହାର ସୁଯୋଗ ସମସ୍ତେ ନେବାକୁ ସେ କହିଛନ୍ତି।
କାରଣ ଗ୍ରହଣ ଖଣ୍ଡିଆ ପିଲା ସମାଜରେ ଅନେକ ଥଟା ପରିହାସ ର ଶିକାର ହେଉଥିବା ବେଳେ ଏଥି ଯୋଗୁ ସେ ଅନେକ ପ୍ରକାର ମାନସିକ ନିର୍ଯାତନା ପାଇଥାଏ।ଏମିତିକି ସେ ସହଜରେ ଅନ୍ୟମାନଙ୍କ ସହିତ ମିଶି ପାରି ନ ଥାଏ କି ପାଠ ମଧ୍ୟ ପଢିପାରି ନଥାଏ।ତେଣୁ ସେମାଙ୍କ ମୁହଁରେ ଅନୁଷ୍ଠାନ ପକ୍ଷରୁ ଏହି ପ୍ରୟାସ ବିଗତ 19 ବର୍ଷ ଧରି କରାଯାଉଥିବା ସେ କହିଛନ୍ତି।ଏହା ମଧ୍ୟରେ ସାରା ଦେଶରେ 5.5ଲକ୍ଷ ଗ୍ରହଣ ଖଣ୍ଡିଆର ସଫଳ ଅସ୍ତ୍ରୋପଚାର କରାଯାଇଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ 20 ହଜାର ଶିଶୁମାନଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିବା ଲୀଳା ଇମାନ ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ପ୍ରକାଶ କରିଛନ୍ତି।ଏହି ଅବସରରେ କଳାକାରମାନଙ୍କ ଦ୍ୱାରା ଗ୍ରହଣ ଖଣ୍ଡିଆ ସଚେତନତା ନିମନ୍ତେ ଏକ କ୍ଷୁଦ୍ର ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।
ବାଇଟ-ଲୀଳା ଇମାନ-ସ୍ମାଇଲ ଟ୍ରେନ ଇଣ୍ଡିଆର ବରିଷ୍ଠ ନିର୍ଦେଶକ
ବାଇଟ-ଗ୍ରହଣ ଖଣ୍ଡିଆ ଶିଶୁର ପିତା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.