ETV Bharat / city

ନୂଆ ରୂପରେ ସ୍ମାର୍ଟସିଟି ସର୍ଭିଲାନ୍ସ ସିଷ୍ଟମ, ବିଦେଶ ପରି ମିଳିବ ସେବା ଓ ସହାୟତା

ସିଟି ସର୍ଭିଲାନ୍ସ ସିଷ୍ଟମରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ସହରବାସୀଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଦେଖିବାକୁ ମିଳିବ ବୈଦଶିକ ଢାଞ୍ଚାରେ ପରିବର୍ତ୍ତନ। ଅଧିକ ପଢନ୍ତୁ...

author img

By

Published : Jun 26, 2021, 7:21 PM IST

ନୂଆ ରୂପରେ ସ୍ମାର୍ଟସିଟି ସର୍ଭିଲାନସ ସିଷ୍ଟମ
ନୂଆ ରୂପରେ ସ୍ମାର୍ଟସିଟି ସର୍ଭିଲାନସ ସିଷ୍ଟମ

ଭୁବନେଶ୍ବର: ସିଟି ସର୍ଭିଲାନ୍ସ ସିଷ୍ଟମରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ସହରବାସୀଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଦେଖିବାକୁ ମିଳିବ ବୈଦଶିକ ଢାଞ୍ଚାରେ ପରିବର୍ତ୍ତନ।

ନୂଆ ରୂପରେ ସ୍ମାର୍ଟସିଟି ସର୍ଭିଲାନସ ସିଷ୍ଟମ

ଟ୍ରାଫିକ ନିୟମ, ସହରରେ ପାର୍କିଂ ପରିଚାଳନା ସହ ସହର ନିୟମ ଅବଗତ ଆଦିର ସଚେତନ ବାର୍ତ୍ତା ସାଇନବୋର୍ଡ଼ ଜରିଆରେ ଲୋକଙ୍କୁ ଦିଆଯିବ । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଉତ୍ତମମାନର ପରିଚାଳନା ସେବା, ନିୟମ ଉଲଙ୍ଘନ କଲେ ଲୋକେସନ ଟ୍ରେସ ଦ୍ବାରା ଉଲଙ୍ଘନକାରୀକୁ ଚିହ୍ନଟ ସହ ପୋଲିସ କାର୍ଯାନୁଷ୍ଠାନ ନେବ।

ତାସହିତ ସହର ଭିତରେ କିଭଳି ବିନା ବାଧାପ୍ରାପ୍ତରେ ଟ୍ରାଫିକ ପରିଚାଳନା, ପଦଚାରି ଓ ସାଇକେଲ ଆରୋହୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା, ଏମରଜେନ୍ସି ସିଷ୍ଟମ ଜରିଆରେ ଟ୍ରାଫିକରେ ଆମ୍ବୁଲାନ୍ସ ଆଦି ପ୍ରକ୍ରିୟା, ସହରର ସିସିଟିଭି ସର୍ଭିଲାନ୍ସ ସହିତ ଆକ୍ସିଡେଣ୍ଟ ରେକର୍ଡି ସିଷ୍ଟମ ସହ ଅଟୋମେଟିକ ଭେହିକଲ ଲୋକେସନ ସିଷ୍ଟମ ଆଦି ଉପରେ ସ୍ମାର୍ଟସିଟି ପ୍ରୋଜେକ୍ଟ ସିଇଓ ସଞ୍ଜୟ ସିଂ ସହ କମିଶନରେଟ ପୋଲିସର ବୈଠକ ହୋଇଛି ।

ବୈଠକରେ କମିଶନରେଟ ପୋଲିସ, ଅତିରିକ୍ତ କମିଶନର ଓ କଣ୍ଟ୍ରୋଲ ରୁମ ଏସିପି ଯୋଗଦେଇ ଏନେଇ ବିଭିନ୍ନ ଜ୍ଞାନକୌଶଳ ଆଦି ଉପରେ ଆଲୋଚନା କରିଛନ୍ତି। ସହରର ସମସ୍ତ ଏଣ୍ଟ୍ରି ଓ ଏକଜିଟକୁ ସିସିଟିଭି ସର୍ଭିଲାନ୍ସ ସହ ସହର ଭିତରେ ଜନଗହଳି ଆଦି ସ୍ଥାନ ଟ୍ରାଫିକ ପୋଷ୍ଟ ପୁରା ସହରକୁ ସିସିଟିଭି ସର୍ଭିଲାନ୍ସ ରଖିବା ପାଇଁ ଆଲୋଚନା ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.