ETV Bharat / city

ସ୍ମାର୍ଟସିଟିରେ ପିଅର ଲିଡର ଦେବେ କୋରୋନା ସଚେତନତା ବାର୍ତ୍ତା

ଆଗକୁ ଆସୁଛି ପାର୍ବଣ ଋତୁ, ସ୍ମାର୍ଟସିଟିରେ କରୋନା ସଚେତନତା ବାର୍ତ୍ତା ଦେବେ ପିଅର ଲିଡର। ସ୍ମାର୍ଟସିଟି ଭୁବନେଶ୍ୱରରେ କୋରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି। ଅଧି୍କ ପଢନ୍ତୁ..

smart city peer leaders meeting
smart city peer leaders meeting
author img

By

Published : Sep 12, 2020, 6:58 AM IST

ଭୁୂବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ, ସ୍ମାର୍ଟସିଟିରେ କରୋନା ସଚେତନତା ବାର୍ତ୍ତା ଦେବେ ପିଅର ଲିଡର। ସ୍ମାର୍ଟସିଟି ଭୁବନେଶ୍ୱରରେ କୋରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି। ତେଣୁ ଆଗାମୀ ପାର୍ବଣ ଋତୁରେ ସାଧାରଣ ଲୋକଙ୍କୁ କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ସେ ନେଇ ପିଅର ଲିଡର ତୀକ୍ଷ୍ଣ ନଜର ରଖିବେ। ଶୁକ୍ରବାର ଭୁବନେଶ୍ୱର ସହୀଦ ନଗର କଲ୍ୟାଣ ମଣ୍ଡପ ରେ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ରୁ ଉର୍ଦ୍ଧ ପିଅର ଲିଡରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ପାରୂଲ ପଟବରୀ।

ଦୁର୍ଗା ପୂଜା ,ଦୀପାବଳି ସମୟରେ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି କି ନାହିଁ, ମାସ୍କ ପିନ୍ଧୁଛନ୍ତି କି ନାହିଁ, ସ୍ୱଚ୍ଛ ପରିବେଶ ରହିଛି କି ନାହିଁ ସେ ନେଇ ନଜର ରଖିବେ। ତା ଛଡା କୋରୋନା ମହାମାରୀ ସମୟରେ ଘରକୁ ଘର ଯାଇ କୋରୋନାକୁ ଖୋଜିବେ ପିଅର ଲିଡର। ପିଅର ଲିଡର ମାନଙ୍କୁ ଡାକ୍ତରଙ୍କ ସାହାଯ୍ୟ ରେ ଟ୍ରେନିଂ ଦିଆଯାଉଛି।

ଭୁୂବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.