ETV Bharat / city

ରାଜଧାନୀରେ ସପ୍ତାହନ୍ତ ସଟଡାଉନ, ସଙ୍କଟରେ କ୍ଷୁଦ୍ର ବ୍ୟବସାୟୀ - ସପ୍ତାହନ୍ତ ସଟଡାଉନର ପ୍ରଭାବ

ରାଜଧାନୀରେ ସପ୍ତାହନ୍ତ ଲକଡ଼ାଉନ ଲାଗୁ ହେବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ସପ୍ତାହନ୍ତ ସଟଡାଉନ, ସଙ୍କଟରେ କ୍ଷୁଦ୍ର ବ୍ୟବସାୟୀ

author img

By

Published : Apr 25, 2021, 1:26 PM IST

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସହରରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଫଳରେ ବାଧାପ୍ରାପ୍ତ ହୋଇଛି ବ୍ୟବସାୟ । କ୍ଷୁଦ୍ର ବ୍ୟବସାୟୀ ଗଭୀର ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି ।

ଗତବର୍ଷ ଲକଡାଉନରେ କ୍ଷୁଦ୍ର ବ୍ୟବସାୟୀମାନେ ପେଟପାଉଣା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ଧୀରେ ଧୀରେ ସ୍ଥିତି ଭଲ ହେବା ପରେ ସେମାନେ ପୁଣି ବ୍ୟବସାୟ ଆରମ୍ଭ କଲେ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀର ଲେଉଟାଣି ସେମାନଙ୍କ ଚିନ୍ତାର କାରଣ ପାଲଟିଛି । ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀର ଦ୍ବିତୀୟ ଲହର । କୋରୋନାର ଏହି ଚେନକୁ କାଟିବା ପାଇଁ ସରକାର ନାଇଟ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡାଉନ ଆରମ୍ଭ କରିଛନ୍ତି ।

ରାଜଧାନୀରେ ସପ୍ତାହନ୍ତ ସଟଡାଉନ, ସଙ୍କଟରେ କ୍ଷୁଦ୍ର ବ୍ୟବସାୟୀ

ଫଳରେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଛଡା ଆଉ ସବୁ ବନ୍ଦ କରାଯାଇଛି । ବେପାର ବଣିଜ ସବୁକିଛି ବନ୍ଦ ରହିଛି । ରାଜଧାନୀ ଖାଁ ଖାଁ ଲାଗୁଛି । ଯେଉଁମାନେ ରାସ୍ତା କଡରେ ବସି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କ କଥା ନ କହିଲେ ସରେ । ଆଉ କିଛି ଉଠା ଦୋକାନୀମାନେ ଟିକେ ଅଣ୍ଟା ସଳଖିଥିବା ବେଳେ ସଟଡାଉନ ପୁଣି ସେମାନଙ୍କ ରୋଜଗାରରେ ବାଧକ ସାଜିଛି । ସେପଟେ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କିଛି ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.