ଭୁବନେଶ୍ବର: ଆଗାମୀ ଜୁଲାଇ ୨୮ରୁ ଅଗଷ୍ଟ ୯ ଯାଏଁ ଚେନ୍ନାଇରେ ଆୟୋଜିତ ହେବ ୪୪ତମ ଚେସ୍ ଅଲମ୍ପିଆଡ । ଏଥିରେ ୧୮୭ଟି ଦେଶର ୩୪୩ ଟିମ୍ ଭାଗ ନେବେ । ଚେସ୍ ଅଲମ୍ପିଆଡ ପାଇଁ ଜାତୀୟ ଦଳରେ ଓଡ଼ିଶାର ୬ଜଣ ଚେସ୍ ମାଷ୍ଟର ସାମିଲ ହୋଇଛନ୍ତି ।
୩୫ ବର୍ଷ ପରେ ଏସିଆ ମହାଦେଶରେ ଆୟୋଜିତ ହେଉଥିବାବେଳେ ପ୍ରଥମ ଥର ପାଇଁ ଏହି ଚେସ ଅଲମ୍ପିଆଡ ଭାରତରେ ଆୟୋଜିତ ହେଉଛି । ଚେସ ଅଲମ୍ପିଆଡ ଆକ୍ଟିଭିଟିସ୍ କମିଟିର (Activities Committee) ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶା ଚେସ୍ ଆସୋସିଏସନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର । ସମ୍ପାଦକ ଦେବବ୍ରତ ଭଟ ଚେସ୍ ଅଲମ୍ପିଆଡ ରିଫ୍ରେସମେଣ୍ଟ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
ଓଡ଼଼ିଆ ଚେସ୍ ମାଷ୍ଟର ଭାବରେ ପଦ୍ମିନୀ ରାଉତ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ଅପରାଜିତା ଗୋଛିକାର ଓ ରଞ୍ଜନ ମହାନ୍ତି ପ୍ରମୁଖ ଜାତୀୟ ଦଳରେ ସାମିଲ ହୋଇଛନ୍ତି । ଚେସ୍ ଅଲମ୍ପିଆଡରେ ସୁଯୋଗ ଦେଇଥିବାରୁ ଅଲ ଇଣ୍ଡିଆ ଚେସ ଫେଡେରେସନ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍କୁ ଧନ୍ୟବାଦ ଦେଇଛନ୍ତି ଚେସ୍ ମାଷ୍ଟର ।