ETV Bharat / city

ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା ପ୍ରଭୁ ଲିଙ୍ଗରାଜଙ୍କ ବିବାହ - ନିଯୋଗ ମାନଙ୍କର ଜିଦି ଓ ଦାବି ଆଗରେ ଫିକା ପଡିଲା ପରମ୍ପରା

ନିଯୋଗ ମାନଙ୍କର ଜିଦି ଓ ଦାବି ଆଗରେ ଫିକା ପଡିଲା ପରମ୍ପରା । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ବୈଠକରେ ବାହାରିଲାନି ନିଷ୍ପତ୍ତି । ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ଅଧିକ ପଢନ୍ତୁ

ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା ପ୍ରଭୁ ଲିଙ୍ଗରାଜଙ୍କ ବିବାହ

author img

By

Published : Jun 4, 2022, 9:36 PM IST

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ହେବାର ଥିଲା ଦେବ ଦେବ ମହାଦେବଙ୍କ ଶୁଭ ବିବାହ । ହରପର୍ବତୀଙ୍କର ହୋଇଥାନ୍ତା ମିଳନ । ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରକୁ ବିଜେ କରି, ମାତା ଗୌରୀଙ୍କୁ ବିବାହ କରିବାର ପରମ୍ପରା ରହିଆସିଛି । ଏଥିପାଇଁ କେଦାରଗୌରୀ ମନ୍ଦିରରେ କନ୍ୟାପକ୍ଷଙ୍କ ପକ୍ଷରୁ ଲିଙ୍ଗରାଜଙ୍କ ବରଯାତ୍ରୀଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥାଏ । ହେଲେ ବିବାଦ ପାଇଁ ଗତକାଲି (ଶୁକ୍ରବାର) ମାତା ଗୌରୀଙ୍କ ମଙ୍ଗନ କାର୍ଯ୍ୟ ସମ୍ପନ୍ନ ହୋଇପାରି ନାହିଁ । ଲିଙ୍ଗରାଜ ମନ୍ଦିରରେ ସେବାୟତ ନିଯୋଗଙ୍କ ଅସହଯୋଗ ଯୋଗୁଁ ନୀତିରେ ବିଭ୍ରାଟ ସହ ଏହି ସମସ୍ୟା ସୃଷ୍ଟି ହୋଇଥିଲା ।

ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା ପ୍ରଭୁ ଲିଙ୍ଗରାଜଙ୍କ ବିବାହ

ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ କପିଳେଶ୍ବର ବାବା ଯୋଗ ଦେଇ ଲିଙ୍ଗରାଜଙ୍କ ପିତାଙ୍କ ଦାୟିତ୍ବ ନିର୍ବାହ କରୁଥିବା ବେଳେ ମାତା ଗୌରୀଙ୍କ ପିତା ଭାବେ ଅନନ୍ତ ବାସୁଦେବ ଯୋଗ ଦେଇଥାନ୍ତି । ତେବେ ଲିଙ୍ଗରାଜ ମନ୍ଦିର ସେବାୟତ ଓ କପିଳେଶ୍ବର ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨୦୧୫ ମସିହା ଅଅଁଳା ନବମୀ ପରଠାରୁ ଜଟିଳ ପରିସ୍ଥିତି ସୃଷ୍ଟି ସହ ଅନେକ ବିବାଦ ହୋଇଛି ।

ଦୀର୍ଘ ୮ ବର୍ଷ ଧରି କପିଳେଶ୍ବର ବାବା ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଫଳରେ, ପରମ୍ପରା ଭଙ୍ଗ ହୋଇଆସୁଛି । ହାତରେ କମ ସମୟ ଥିବା ବେଳେ ପ୍ରଶାସନ କପିଳେଶ୍ବର ମନ୍ଦିରର ମଲ୍ଲିଆ ଓ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି । ଆଲୋଚନା ସଫଳ ହେବା ସହ ଦୀର୍ଘ ୮ ବର୍ଷ ପରେ କପିଳେଶ୍ବର ବାବା ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ ଯୋଗଦାନ ନେଇ ସହମତି ପ୍ରକାଶ ପାଇଥିଲା । ତେବେ ଉଭୟ ନିଯୋଗର ବିଭିନ୍ନ ଦାବି ଓ ସମସ୍ୟା ନେଇ ଗତ ୨୭ ତାରିଖରେ ବୈଠକ ବସିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ସେପଟେ ରାଜା ରାଜୁଡା ସମୟରେ ସେବାୟତଙ୍କୁ ମିଳିଥିବା ଜମି ଲିଙ୍ଗରାଜଙ୍କ ଟ୍ରଷ୍ଟକୁ ଚାଲିଯିବା ଓ ଯେଉଁ ସେବାୟତଙ୍କ ପାଇଁ ଯେଉଁ ନିର୍ଦ୍ଧିଷ୍ଟ କାର୍ଯ୍ୟ ନିର୍ଦ୍ଧାରଣ ହୋଇଛି ସେଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ଆଣିଛି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଖୁଣ୍ଟିଆଙ୍କ ପରିବର୍ତ୍ତେ ମଲ୍ଲିଆ ସେବାୟତ ଠାକୁରଙ୍କ ସେବା କରୁଥିବାରୁ ଲିଙ୍ଗରାଜ ଦୀର୍ଘ ୭ ବର୍ଷ ଧରି ମାରା ହୋଇଯାଇଥିବା ଅଭିଯୋଗ ଆଣିଥିଲେ ଉଭୟ ନିଯୋଗ ।

ଆଜି ଉଭୟ ନିଯୋଗର ଜରୁରୀ ତଥା ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ସହଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ପ୍ରଶାସକ ଅବନିକାନ୍ତ ପଟ୍ଟନାୟକ । ତେବେ ଏବେ ମଧ୍ୟ ନିଯୋଗ କର୍ମକର୍ତ୍ତାଙ୍କୁ ବୁଝାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା । ନଜିର ରହିଛି, ଯେମିତି ବି ପରିସ୍ଥିତି ହେଉ ଆଜି ପର୍ଯ୍ୟନ୍ତ କେବେହେଲେ ଲିଙ୍ଗରାଜଙ୍କ ବିବାହ ଅଥବା ଶୀତଳଷଷ୍ଠୀ ଯାତ୍ରା ବନ୍ଦ ହୋଇନାହିଁ । ହେଲେ ଶେଷ ଖବର ମୁତାବକ, ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ।

ଭୁବନେଶ୍ବରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.