ETV Bharat / city

ଶିମିଳିପାଳରେ ନିଆଁ ଲାଗିବା ଘଟଣା: ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଦଳ - ଶିମିଳିପାଳରେ ନିଆଁ ଲାଗିବା ଘଟଣା

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଦଳ
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଦଳ
author img

By

Published : Mar 11, 2021, 2:20 PM IST

Updated : Mar 11, 2021, 5:30 PM IST

14:16 March 11

ଶିମିଳିପାଳରେ ନିଆଁ ଲାଗିବା ଘଟଣା: ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଦଳ

ଭୁବନେଶ୍ବର: ଶିମିଳିପାଳରେ ନିଆଁ ଲାଗିବା ଘଟଣାର ଅନୁଧ୍ୟାନ ଲାଗି ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ ସଦସ୍ୟ । କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲ୍ଲିକ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଟିମ୍‌ର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ମଧ୍ୟ ଭୁବନେଶ୍ବରରେ ଅଛନ୍ତି । କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳରେ ନିଆଁ ଲାଗିବାର କାରଣ ଓ ନିରାକରଣ ନେଇ ଅନୁଧ୍ୟାନ କରିବେ ।

ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟିର ଆଇଜି ଅଛନ୍ତି ଅମିତ । ଟିମ୍ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ । ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ଏଥି ସହ ନିଆଁ ଲିଭାଇବା କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବେ କେନ୍ଦ୍ରୀୟ ଟିମର ସଦସ୍ୟ । ସାରା ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ । ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିଥିବାବେଳେ ଖୁବ୍ ଶୀଘ୍ର ଶିମିଳିପାଳ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ନିଆଁ ଲିଭା କାର୍ଯ୍ୟରେ ରାଜ୍ୟର ୭୫୦ଟି ଟିମ୍, ୮ ଶହରୁ ଅଧିକ ନିଆଁ ଲିଭା ୱାଚରଙ୍କୁ ନିୟୋଜିତ କରାଯାଇଛି । ୨୫ ଜଣିଆ ୨ଟି ଓଡ୍ରାଫ୍ ଟିମ୍ ସହ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି । ବୁଧବାର ଶିମିଳିପାଳରେ କାଳବୈଶାଖୀ ସହ କୁଆପଥର ବର୍ଷା ନିଆଁ ଲିଭା କାର୍ଯ୍ୟରେ ସହାୟକ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ ଶିମିଳିପାଳରେ ନିଆଁ ଲାଗିବାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀଙ୍କୁ ଭେଟିଥିଲେ ବିଜେପି ସାଂସଦ ।  

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ/ ବିକାଶ ଦାସ, ଇଟିଭି ଭାରତ 

Last Updated : Mar 11, 2021, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.