ETV Bharat / city

ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ , ରାସାୟନିକ ପଦାର୍ଥ ବ୍ୟବହାର ନ କରିବାକୁ ପରାମର୍ଶ - meeting for durga puja

ଶାରଦୀୟ ଦୁର୍ଗା ପାଇଁ ଭୁବନେଶ୍ବରରେ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ । ମୂର୍ତ୍ତି ନିର୍ମାଣରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ପରାମର୍ଶ । ଏହି ବୈଠକରେ 70ରୁ ଊର୍ଦ୍ଧ୍ବ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 8, 2019, 3:03 PM IST

ଭୁବନେଶ୍ବର: ଆସୁଛି ପାର୍ବଣ । ଆସୁଛନ୍ତି ମା ଦୁର୍ଗା । ଜଗତ ଜନନୀଙ୍କୁ ଆରଧନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ରାଜଧାନୀର ସମସ୍ତ ପୂଜା କମିଟି । ଶାରଦୀୟ ଦୁର୍ଗା ପୂଜା ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ବୈଠକରେ ଆସନ୍ତା ପୂଜାକୁ ପ୍ରଦୂଷଣ ମୁକ୍ତ କରିବା ସହ କୌଣସି ମଣ୍ଡପରେ ମୂର୍ତ୍ତି ଗଢିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ନ କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଛି । ଏହାସହ ସରକାରଙ୍କ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ କରିଥିବା ନିୟମକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି ପୂଜାମଣ୍ଡପ ସହ ସଂଲଗ୍ନ ରାସ୍ତା ଗୁଡିକୁ ମରାମତି କରିବା ସହିତ ଚଉଡା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ପୂଜାରେ ଶବ୍ଦ ପ୍ରଦୂଷଣକାରୀ କତରିବାକୁ ବାରଣ କରାଯାଇଥିବା ବେଳେ ଅରୁଚିକର ସଙ୍ଗୀତ ପରିବେଷଣ କରିବା ବଦଳରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦିଆଯାଇଛି । ମାଦକ ଦ୍ରବ୍ୟ ମଧ୍ୟ ବ୍ୟବହାର ନ କରିବାକୁ କୁହାଯାଇଛି ।

ଉକ୍ତ ବୈଠକରେ 70ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.