ETV Bharat / city

ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ - ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ନବରଙ୍ଗପୁର ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଏନେଇ ବିଧାୟକଙ୍କ ବିରୋଧରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦାଏର । ଅଧିକ ପଢନ୍ତୁ

ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

author img

By

Published : May 2, 2022, 9:40 PM IST

ଭୁବନେଶ୍ବର: ନବରଙ୍ଗପୁର ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଏନେଇ ବିଧାୟକଙ୍କ ବିରୋଧରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦାଏର ହୋଇଛି । ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ, ଏହାସହ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଯୋଗକାରିଣୀ ଯୁବତୀ । ବିବାହ ପ୍ରତାରଣା ସହ ଯୌନ ନିର୍ଯାତନା‌ ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜନୈକ ଯୁବତୀ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ବିଜେଡି ବିଧାୟକଙ୍କ ମାମଲା ନେଇ ପୋଲିସର ଏବେ ବଢିଛି ଟେନସନ ।

ଏନେଇ ଥାନାଧିକାରୀ କହିଛନ୍ତି ଅଭିଯୋଗ ପାଇଛୁ । ଦେଖୁଛୁ କଣ ହୋଇଛି। ତେବେ ବିଧାୟକ ଜଣେ ବିବାହିତ। କିଭଳି ଓ କେଉଁ ପରିସ୍ଥିତିରେ ଏପରି କଲେ । ଅଭିଯୋଗର କେତେ ରହିଛି ସତ୍ୟାସତ୍ୟ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅଭିଯୋଗକୁ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.