ETV Bharat / city

ରାଜଧାନୀରେ ସେକ୍ସ ରାକେଟ ଠାବ, 4 ଯୁବତୀ ଉଦ୍ଧାର

ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ । ଠାବ କଲା ଲକ୍ଷ୍ମୀ ସାଗର ଥାନା ପୋଲିସ । କଟକ ରୋଡ ସ୍ଥିତ ସନ୍‌ସାଇନ୍ ପ୍ଲାଜାରେ ଥିବା ଏକ ଫିଜିଓଥିରେପି ସେଣ୍ଟରରେ ଚାଲିଥିଲା ଦେହ ବେପାର । ସୂଚନା ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ସେଠାରେ କରିଥିଲା ଚଢାଉ ।

author img

By

Published : Apr 1, 2019, 10:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ । ଠାବ କଲା ଲକ୍ଷ୍ମୀ ସାଗର ଥାନା ପୋଲିସ । କଟକ ରୋଡ ସ୍ଥିତ ସନ୍‌ସାଇନ୍ ପ୍ଲାଜାରେ ଥିବା ଏକ ଫିଜିଓଥିରେପି ସେଣ୍ଟରରେ ଚାଲିଥିଲା ଦେହ ବେପାର । ସୂଚନା ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ସେଠାରେ କରିଥିଲା ଚଢାଉ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଉକ୍ତ ସ୍ଥାନରୁ ପୋଲିସ୍ 2 ଗ୍ରାହକଙ୍କ ସମେତ 4 ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି । ଏହାସହ ଏକ ମୋବାଇଲ ମଧ୍ୟ ଜବତ କରିଛି । ତେବେ ସମସ୍ତ ଯୁବତୀଙ୍କୁ ଡାକ୍ତରୀ ମଇନା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ୍ ।

ତେବେ ପୋଲିସର ସୂଚନା ଅନୁସାରେ, ଦୀର୍ଘ ଦୁଇ ମାସ ହେବ ଏହି ଘରେ ଚାଲୁଥିଲା ଦେହ ବ୍ୟବସାୟ । ଉକ୍ତ ଘରର ମାଲିକ କୁଲୱନ୍ତ୍ ସିଂହ । ତାଙ୍କ ଘର ପାଖରେ ରହିଛି କୁଲୱନ୍ତଙ୍କଦରଜିତ୍ ଅଟୋ ମୋବାଇଲ ଶପ୍ । ମାତ୍ର ତାଙ୍କୁ ଏନେଇ କୌଣସି ମଧ୍ୟ ଖବର ନଥିବା କହିଛନ୍ତି କୁଲୱନ୍ତ।

ତେବେ ସେଠାରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ପାଖରେ ମୋବାଇଲ ଫୋନ ନଥିଲା । ତେବେ ସେମାନେ ପଶ୍ଚିମବଙ୍ଗରୁ ଭୁବନେଶ୍ବର କେମିତି ଆସିଲେ ?ଆଉ ଏହା ପଛର କିଙ୍ଗ ପିନ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି କମିଶନରେଟ ପୋଲିସ ।

ତେବେ ପୋଲିସ୍ 4 ଜଣ ଯୁବତୀଙ୍କୁ ସୁରକ୍ଷା ସ୍ଥାନକୁ ପଠାଇ ଥିବାବେଳେଦୁଇ ଜଣ ଗ୍ରାହକଙ୍କୁ ଥାନାରେ ଅଟକ ରଖିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.