ETV Bharat / city

ବିଦ୍ୟୁତ ସଂଯୋଗ କାର୍ଯ୍ୟରେ ନିୟୋଜିତ ଆହତଙ୍କ ଖର୍ଚ୍ଚ ବହନ କରିବ ସେସୁ - sesu sponser

ବିଦ୍ୟୁତ ସଂଯୋଗ କାମରେ ନିୟୋଜିତ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତ ହେଲେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବା ନେଇ ଘୋଷଣା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 19, 2019, 8:45 AM IST

ଭୁବନେଶ୍ବର: ବାତ୍ୟା ପରେ ବିଦ୍ୟୁତ ସଂଯୋଗ କାମରେ ନିୟୋଜିତ କର୍ମଚାରୀଙ୍କର ଦୁର୍ଘଟଣାଜନିତ ମୃତ୍ୟ ହୋଇଥିଲା । ଆଉ ଏବେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତ ହେଲେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବା ନେଇ ଘୋଷଣା କରାଯାଇଛି। ଏନେଇ ସେସୁ ବରିଷ୍ଠ ସାଧାରଣ ପରିଚାଳକ(ମାନବ ସମ୍ବଳ)ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେସୁର କର୍ମଚାରୀ ହୁଅନ୍ତୁ ବା ଠିକାଦାର ଜରିଆରେ କାମ କରୁଥିବା କର୍ମଚାରୀ । ପୁନରୁଦ୍ଧାର କାମରେ ଲାଗିଥିବା ଅବସ୍ଥାରେ ମୃତ୍ୟୁ ବରଣ କଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ସେସୁ ପକ୍ଷରୁ ୫ ଲକ୍ଷ ଏଭଳି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହାସହ ଦୁର୍ଘଟଣାରେ ଆହତ ହେଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବ। ଏହା ଓଡ଼ିଶା ଭିତରେ ଓ ବାହାରୁ ଆସୁଥିବା ସମସ୍ତ ଶ୍ରମିକ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ଲାଗୁ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ବରରେ ଏ ଯାବତ୍‌ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଓ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ପୁରୀରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ଏକାଧିକ ଆହତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାସ ଦାସ, ଇଟିଭି ଭାରତ

ବାତ୍ୟା ପରେ ସ୍ଥିତି ସୁଧାର କରିବାକୁ ୪ ବରିଷ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ।

ଫାନି ବାତ୍ୟା ରେ ପୁରୀ ସମ୍ପୂର୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଛି। ପୁରୀ ସହର ବାତ୍ୟାର ପରିସ୍ଥିତି କୁ ଆକାଶ ମାର୍ଗ ରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ରେ ପୁରୀ ଗସ୍ତ ରେ ଯାଇଥିବା ବେଳେ ସମସ୍ତ ଦୃଶ୍ୟକୁ ନଜର କରିଥିଲେ ମୁଖ୍ୟମନ୍ତ୍ରୀ। 

ଫାନି  ପୁରୀ ସହରକୁ ସମ୍ପୂର୍ଣ୍ଣ ଭାବରେ ଉଜାଡି ଦେଇଥିବା ବାତ୍ୟା କୁ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପୁରୀ ସହର ବହୁଳ ଭାବରେ କ୍ଷତି ଗ୍ରସ୍ତ ଦେଖି ମାରମହାତ୍ ହେବା ସହ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ରୂପେ ରନ୍ଧା ଖାଦ୍ୟ ସହ ପିଇବା ପାଇଁ ଯୋଗାଇଦିଆଯିବ। ଏହା ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ଉପରେ ନଜର ରଖିବା କୁ ନିର୍ଦ୍ଦେଶ ରହିଛି। କିଭଳି ଭାବରେ ଯଥା ଶୀଘ୍ର ସମସ୍ୟାର ସମାଧନ କରାଯିବ ସେ ନେଇ ଚେଷ୍ଟା ଜରିରହିଛି। ମୁଖ୍ୟ ଶାସନ ସଚିବ ଙ୍କୁ ରିଳିଫ୍ ବଣ୍ଟନ ଓ ଭାଙ୍ଗିଯାଇଥିବା ଘରକୁ ନିର୍ମାଣ କରିବା , ଉନ୍ନୟନ କମିଶନର ଙ୍କୁ ପିଇବା ପାନୀୟ ଯୋଗାଣ ଓ ବିଦୁତ ନିୟନ୍ତ୍ରଣ, ସୌରବ ବର୍ଗ ଙ୍କୁ ଅନ୍ତ୍ରଜାତିୟ ଏନଜିଓ ସମସ୍ୟା କୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଦାୟିତ୍ଵ ଦେଇଛନ୍ତି। ଏହା ସହ ଟେଲି କମ୍ୟୁନିକେସନ ର ସମସ୍ୟା ଦୂର କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି। ଏହାର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Cm byte send live u
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.