ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରେ 6ଟି ସେଣ୍ଟରରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଯାହା ଆଜି ପ୍ରଥମ ଦିନରେ 11ଟା 5ରୁ ଟୀକାକରଣ ଆରମ୍ଭ ହୋଇଥିଲା । ଏହାସହ ଆଗାମୀ ଦିନରେ ସହରରେ ସେସନ ସାଇଟ ସଂଖ୍ୟା ବୃଦ୍ଧି କରାଯିବ।
ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି କୋରୋନା ଟୀକାକରଣ । ଭୁବନେଶ୍ୱରରେ 6ଟି ସେଣ୍ଟରରେ ଆରମ୍ଭ ହୋଇଛି ଟୀକାକରଣ ଦିନ 11ଟା 05 ରେ ଆରମ୍ଭ ହୋଇ 11 ଟା 45 ପର୍ଯ୍ୟନ୍ତ ଚାଲିଥିଲା ।
ତେବେ ଆଗାମୀ ଦିନରେ ଅଧିକରୁ ଅଧିକ ସେଣ୍ଟରରେ କରାଯିବ ଟୀକାକରଣ । ଯାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ