ETV Bharat / city

ରାଜଧାନୀରେ ହୋଇନି ଗୋଷ୍ଠୀ ସଂକ୍ରମଣ - ଗୋଷ୍ଠୀ ସଂକ୍ରମଣ

ସ୍ମାର୍ଟସିଟିରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ସେରୋ ସର୍ଭେଲାନ୍ସରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

sero survillance report of bhubaneswar
ରାଜଧାନୀରେ ହୋଇନି ଗୋଷ୍ଠୀ ସଂକ୍ରମଣ
author img

By

Published : Aug 3, 2020, 9:14 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ଭୁବନେଶ୍ବରରେ କୋରୋନା ସଂକ୍ରମଣର ହାର କେତେଦୂର ରହିଛି ସେ ନେଇ ବିଏମସି ଓ ଆଇସିଏମଆର ମିଳିତ ଭାବେ ଭୁବନେଶ୍ବରରେ ସେରୋ ସର୍ଭେଲାନ୍ସ ଟେଷ୍ଟ କରାଯାଇଥିଲା । ପ୍ରଥମ ପାଳିର ଦୁଇ ଫେଜର ରିପୋର୍ଟରେ 1.24 ପ୍ରତିଶତ ଥିଲା, ଯାହା ଆଧାରରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ରାଜଧାନୀ ଭୁବନେଶ୍ବରରେ କୋରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ।

ରାଜଧାନୀରେ ହୋଇନି ଗୋଷ୍ଠୀ ସଂକ୍ରମଣ

ଏନେଇ ସୋମବାର ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧରୀ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ପ୍ରଥମ ପାଳିରେ ଦୁଇଟି ଫେଜ ସେରୋ ସର୍ଭେଲାନ୍ସ ବିଭିନ୍ନ ଗୋଷ୍ଠୀରେ କରାଯାଇଥିଲା। ପ୍ରଥମ ଫେଜରେ 951ଟି ଟେଷ୍ଟ ବିଭିନ୍ନ ଗୋଷ୍ଠୀରେ କରାଯାଇଛି, ଦ୍ବିତୀୟ ଫେଜରେ ବ୍ୟାଙ୍କର, ବିଏମସି କର୍ମଚାରୀ, ବିମାନବନ୍ଦର କର୍ମଚାରୀ, ପୋଲିସ କର୍ମଚାରୀଙ୍କୁ ମିଶାଇ ପ୍ରାୟ 1614 ଜଣଙ୍କର ଟେଷ୍ଟ କରାଯାଇଥିଲା। ରିପୋର୍ଟ ଆଧାରରେ ପ୍ରଥମ ଫେଜରେ 15 ଜଣ ଓ ଦ୍ବିତୀୟ ଫେଜରେ 17 ଜଣ ସଂକ୍ରମିତ ହୋଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.