ETV Bharat / city

ରାଜ୍ୟରେ ସେରୋ ସର୍ଭେ ଆରମ୍ଭ, 6 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କ ଠାରୁ ସଂଗ୍ରହ କରାଯିବ ନମୁନା - ସେରୋ ସର୍ଭେ ଖବର

ଆଜିଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ପ୍ରଥମ ଥର ପାଇଁ 6 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି । ଅଧିକ ପଢନ୍ତୁ...

Sero survey started on state in covid19 thirdwave
ରାଜ୍ୟରେ ଆରମ୍ଭ ହୋଇଛି ସେରୋ ସର୍ଭେ,6 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କ ଠାରୁ ସଂଗ୍ରହ କରାଯିବ ନମୁନା
author img

By

Published : Aug 29, 2021, 3:56 PM IST

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ପ୍ରଥମ ଥର ପାଇଁ 6 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ।

ଆଜି ରାଜ୍ୟରେ ସେରୋ ସର୍ଭେ ଆରମ୍ଭ ହୋଇଛି। ନିକଟ ଅତୀତରେ ଜାତୀୟ ସେରୋ ସର୍ଭେ କରାଯାଇଛି। ଗଞ୍ଜାମ, ରାୟଗଡା, କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା। ଏହା ପରେ ନିଜ ନିଜର ରାଜ୍ୟ ଗୁଡିକରେ ସେରୋ ସର୍ଭେ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସେରୋ ସର୍ଭେ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ 12 ଟି ଜିଲ୍ଲା ସେରୋ ସର୍ଭେ କରାଯିବ। ସମସ୍ତ ଜୋନରୁ କିଛି କିଛି ଜିଲ୍ଲା ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶାର ସେରୋ ସର୍ଭେରେ 6 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଏହା 14 ଦିନ ଦିନ ଚାଲିବ ସେପ୍ଟେମ୍ବର 11 ତାରିଖ ମଧ୍ୟରେ ଶେଷ ହେବ। ଏଥିରେ ଆଣ୍ଟିବଡି ଦେଖାଯିବ, ଟୀକାକରଣ ହେଲା ପରେ ସଂକ୍ରମଣ କେତେ ହୋଇଥିଲା ତାହା ମଧ୍ୟ ଦେଖାଯିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି।

ସୂଚନାଥାଉକି ସେରୋ ସର୍ଭେ ହେବାକୁ ଥିବା 12 ଟି ଜିଲ୍ଲା ହେଉଛି ସମ୍ବଲପୁର, ସୁନ୍ଦରଗଡ, ଖୋର୍ଦ୍ଧା, ଝାରସୁଗୁଡା, କେନ୍ଦୁଝର, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ଓ ନବରଙ୍ଗପୁର। ରାଜ୍ୟର 12 ଜିଲ୍ଲାରୁ ମୋଟ 6680 ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.